ଲଖିମପୁର ଖେରି ଯିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି ମିଳିଛି। ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି। ଲଖିମପୁର ଖେରି ଯିବାକୁ ଦିଲ୍ଲୀରୁ ରାହୁଲ ଗାନ୍ଧି ବାହାରିଛନ୍ତି।
ନବେ ଦଶକର ଲୋକପ୍ରିୟ ଟିଭି ସିରିୟଲ୍ ‘ରାମାୟଣ’ରେ ରାବଣ ଭୂମିକା ନିଭେଇଥିବା ଅରବିନ୍ଦ ତ୍ରିବେଦୀ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାମାନନ୍ଦ ସାଗରଙ୍କ ସିରିୟଲ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରି ଅରବିନ୍ଦ ବହୁତ ନାମ କମେଇଥିଲେ। ସେ ରାବଣର ନକରାତ୍ମକ ଛବିକୁ ପରଦା ଉପରେ ଜୀବନ୍ତ କରି ଦେଖେଇଥିଲେ। କିନ୍ତୁ ପରଦାର ଏହି ରାବଣ ପ୍ରକୃତ ଜୀବନରେ ଜଣେ ସଚ୍ଚା ରାମଭକ୍ତ ଥିଲେ। ସେ ପ୍ରତିଦିନ ଭଗବାନ ରାମଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ।
ଚୀନ୍ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ବର୍ତ୍ତମାନ ତାଇୱାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଆକ୍ରୋଷ ଦେଖାଇ କହିଛନ୍ତି ଯେ ଆମେ ଚୀନ୍ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ୱାଇ କହିଛନ୍ତି ଯେ ତାଇୱାନର ପ୍ରତିରକ୍ଷା ଆମ ହାତରେ ଏବଂ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
ବିଜେପି ବିଧାୟକ ଆଶିଷ ଦାସ ନିଜ ଭୁଲ୍ ପାଇଁ ଲଣ୍ଡା ହୋଇ ପ୍ରାୟଶ୍ଚିତ କରିଛନ୍ତି। ସୁମା ନିର୍ବାଚନମଣ୍ଡଳୀରୁ ଦୀର୍ଘ ବର୍ଷ ଧରି ବିଧାୟକ ହୋଇ ଆସିଥିବା ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିର ଯାଇ ସେଠାରେ ଯଜ୍ଞ କରିବା ସହ ଲଣ୍ଡା ହୋଇଥିଲେ। ମା’ କାଳୀଙ୍କ ପାଖରେ ହୋମଯଜ୍ଞ କରି ପ୍ରାୟଶ୍ଚିତ କରିଥିବା ଆଶିଷ କହିଛନ୍ତି।
ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପଇଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା।
ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ଝଟ୍କା। ପୁଣିଥରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦାମ୍ ମହଙ୍ଗା ହୋଇଛି। ଗୋଟିଏପଟେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ନେଇ ଲୋକଙ୍କ ଚିନ୍ତା ଆହୁରି ଦ୍ୱିଗୁଣିତ ହୋଇଛି।
ଫିଲ୍ମ ସୁଟିଂ ସବୁବେଳେ ଷ୍ଟୁଡିଓ ଭିତରେ ସମ୍ଭବ ହୋଇନଥାଏ । ଚଳଚ୍ଚିତ୍ର କାହାଣୀର ଆବଶ୍ୟକତା ଅନୁସାରେ, ବିଭିନ୍ନ ଲୋକେସନକୁ ଯାଇ ସୁଟିଂ କରିଥାନ୍ତି ଫିଲ୍ମ ନିର୍ମାତା । କେତେବେଳେ ବଣ ପାହାଡ଼ରେ ତ କେତେବେଳେ ସମୁଦ୍ରରେ ଅବା ମରୁଭୂମିରେ ସୁଟ୍ ହୁଏ ବିଭିନ୍ନ ସିନ୍ । ତେବେ ଜାଣିଛନ୍ତି କି, ମହାକାଶରେ ପ୍ରଥମ ଥର ପାଇଁ ଫିଲ୍ମ ସୁଟିଂ କରିବାକୁ ପାଦ ବଢ଼ାଇସାରିଛି ରୁଷ୍ ।
ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୪୧୨କୁ ବୃଦ୍ଧି ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଫଳରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୨୨୭କୁ ବୃଦ୍ଧି ହୋଇଛି । ।
ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି କରାଯାଇଛି। ଏଥିରେ ଅନ୍ୟ ହାଇକୋର୍ଟରୁ ବଦଳି ହୋଇ ୨ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ଆସିବେ। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସେହିଭଳି ପଞ୍ଜାବ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂ, ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛନ୍ତି।
ବିଶିଷ୍ଟ ଅର୍ଥନୀତିଜ୍ଞ ୟେଲେନ ସିଏନବିସିରେ କହିଛନ୍ତି ଯେ ଆମେରିକାର ସଂସଦ ଦିନକୁ ଦିନ ଋଣ ବଢାଇବରେ ଲାଗିଛି ଏହି ଋଣ ସଂକଟର ଯଥା ଶୀଘ୍ର ସମାଧାନ ହେବା ନିହାତି ଦରକାର। ନଚେତ୍ ଆମେରିକାର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇ ପଡିବ।
ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ହୃଦ୍ଘାତ କାରଣରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।
ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପୋଲିସ୍ ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାଁ ନିଆଯିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ରାଜନୀତି ମଧ୍ୟ ତେଜିବାରେ ଲାଗିଛି।
ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ। ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ଉପରେ ଭାରତୀୟ ସେନାର ସର୍ଚ ଅପରେସନ୍ ଆରମ୍ଭ ହୋଇଛି।
ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ଲଖିମପୁର ଖେରି ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି। ରାହୁଲଙ୍କ ଗସ୍ତ ପାଇଁ ଅନୁମତି ପ୍ରଦାନ କରିବାକୁ ୟୁପି ସରକାର ମନା କରି ଦେଇଛନ୍ତି। ରାହୁଲଙ୍କ ସମେତ ୫ ଜଣିଆ ଟିମ୍ ଆଜି ଲଖିମପୁର ଖେରି ଗସ୍ତ ପାଇଁ ଅନୁମତି ଲୋଡ଼ି ଥିଲେ।
କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ୧୬କୁ ବୃଦ୍ଧି ପାଇଛି ଗିରଫଦାରୀ ସଂଖ୍ୟା । ଗତକାଲି ୨ ଓଡ଼ିଆଙ୍କ ସମେତ ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି । ସେମାନଙ୍କୁ ଆଜି କୋର୍ଟରେ ହାଜର ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏନସିବି । ପାର୍ଟି ଆୟୋଜକଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବା ପାଇଁ ଏନସିବି ଯୋଜନା ରଖିଛି ।
ଦକ୍ଷିଣ-ପଶ୍ଚିମ ରେଲୱେ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅଫିସିଆଲ୍ ୱେବସାଇଟ୍ www.rrchubli.in ମାଧ୍ୟମରେ ଆବେଦନ କରିପାରିବେ।
ଆସନ୍ତା ଏପ୍ରିଲରୁ ବଢ଼ିବ ପୁରୁଣା ଗାଡ଼ିର ପୁନଃ ପଞ୍ଜିକରଣ ଓ ଫିଟନେସ୍ ଫି । ବିଶେଷକରି କାର ଅନ୍ୟ ବାଣିଜ୍ୟିକ ଯାନ ବାହାନ କ୍ଷେତ୍ରରେ ଏହି ଦର ୮ ଗୁଣା ବଢ଼ିଛି । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନୂଆ ଫି ଧାର୍ଯ୍ୟ କରିଥିବା ବେଳେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡିଆଙ୍କୁ ଗିରଫ କରିଛି ଏନ୍ସିବି। ମଝି ଦରିଆରେ ନିଶା ଆସରରେ ରୋକ୍ ଲଗେଇଥିବା ଏନ୍ସିବି ହାତରେ ଆଜି ଏହି ୨ ଓଡିଆ ଯୁବକ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳିଛି।
କୁହାଯାଏ ଯେ ଏହି ଦୁନିଆରେ ମଣିଷପଣିଆ ଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ତେଣୁ ପ୍ରତ୍ୟେକ ନିସହାୟଙ୍କୁ ସାହାଯ୍ୟ କରିବା ଜରୁରୀ ଯିଏ ସମୟରେ ପଡି ସାହାଯ୍ୟ ଆଶା କରୁଥାଏ। ଏହି ନିୟମ ମଣିଷ ସହିତ ପଶୁପକ୍ଷୀମାନଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯିବା ଜରୁରୀ। ଏହି ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିବା ପରେ ବୁଝିହେବ ଯେ ଏ ପୃଥିବୀରେ ଏବେ ବି ମାନବିକତା ବଞ୍ଚି ରହିଛି।
ପୁଣି ଜଣେ ମହିଳାଙ୍କ ସହ ଘଟିଛି ଗଣଦୁଷ୍କର୍ମଣ। ଭାରତରେ ଦୈନିକ ଗଣଦୁଷ୍କର୍ମଣ ବଢିବାରେ ଲାଗିଛି। ନିକଟରେ ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏକ ମହିଳାଙ୍କୁ ଅଟୋ ଡ୍ରାଇଭର ସମେତ ଆଉ ଦୁଇ ଜଣ ଗଣଦୁଷ୍କର୍ମଣ କରିଥିବାର ମାମଲା ରୁଜୁ ହୋଇଛି। ଏନେଇ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି।
ଉତ୍ତର ପ୍ରଦେଶ ଲଖିମ୍ପୁର ଚାଷୀ ବିରୋଧୀ ହିଂସାକୁ ନେଇ ଝଡ଼ । ଚାଷୀଙ୍କ ଉପରେ ଏକ ଜିପ୍କୁ ମଡାଇ ଦିଆଯାଉଥିବା ଭିଡିଓ ଭାଇରାଲ୍ ହେବା ପରେ ତେଜିଛି ରାଜନୀତି ।
ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କ ଭିତରେ ଅନେକ ପ୍ରକାରର ଅଭ୍ୟାସ ମଧ୍ୟ ଅଛି। ଏମିତି ଅନେକ ଅଭ୍ୟାସ ଅଛି ଯାହା ଏତେ ଅଜବ ଯେ ଯାହାକୁ ଜାଣିଲେ ହସ ଲାଗିବା ସହ ଆଶ୍ଚର୍ଯ୍ୟା ବି ଲାଗେ। ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପତ୍ନୀଙ୍କୁ ବି ଯେତେବେଳେ ଏହି କଥା ଜଣାପଡିଲା ତାଙ୍କ ପାଦ ତଳୁ ମାଟି ଖସିଗଲା।
କୁହାଯାଏ ଗରୀବ ମଣିଷ କିଛି ବି କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଯେଉଁ ମଣିଷ ପାଖରେ ଆଗକୁ ଯିବାର ଇଛା ଥାଏ ସେ ସେହି ଗରିବୀ ଭିତରେ ମଧ୍ୟ ଏମିତି କିଛି ବାଟ ଖୋଜିନିଏ ଯାହା ତା’ର ପରିସ୍ଥିତିକୁ ସୁଧାରି ଦିଏ। ତେବେ ଅନେକ ସମୟରେ ପରିସ୍ଥିତିକୁ ସୁଧାରିବା ପାଇଁ କରାଯାଇଥିବା କାମ ଲୋକଙ୍କ ଦେହରେ ଯାଏନି। ଏଭଳି ଏକ ଘଟଣା ଆମେରିକାରେ ଘଟିଛି।
ପଞ୍ଜାବ କଂଗ୍ରେସ ଦଳର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କୁ ଚେତାବନୀ ଦେବା ସହ ଏକ ଟ୍ୱିଟ୍ ମାଧ୍ୟମରେ କରିଛନ୍ତି ଯେ, ଆସନ୍ତାକାଲି ମଧ୍ୟରେ କୃଷକଙ୍କ ନିର୍ଦ୍ଦୟ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଗିରଫ କରାନଗଲେ ଏବଂ ବେଆଇନ୍ ଭାବରେ ଗିରଫ କରାଯାଇଥିବା ଆମ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ମୁକ୍ତ ନ କଲେ , ପଞ୍ଜାବ କଂଗ୍ରେସ ଲଖିମପୁର ଖେରିରେ ଆନ୍ଦୋଳନ ଆରମ୍ଭ କରିବ।
ଜୀବନ ନେଇଗଲା ଦୂଷିତ ପାଣି । ସ୍ୱଚ୍ଛ ପାଣି ପାଇଁ ଡହକବିକଳ ଲୋକେ । କର୍ଣ୍ଣାଟକର ବିଜୟନଗରରେ ଦୂଷିତ ପାଣି ପିଇବା ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଅସୁସ୍ଥ ହୋଇପଡିଛନ୍ତି । ତେବେ ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତୁରନ୍ତି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏଇଠି ପ୍ରଶ୍ନ ଉଠୁଛି ଏ ମୃତ୍ୟୁ ପାଇଁ ଦାୟୀ କିଏ ?