• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

covid situation in india
"ସତର୍କ ରୁହନ୍ତୁ ଏହି ତିନି ମାସ"

କରୋନା ପାଇଁ ଆଗାମୀ ୩ ମାସ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସରକାର। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏହି ୩ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସତର୍କ ରହିବା ସହ ବିଶେଷ ବାହାରକୁ ନବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଭର୍ଚୁଆଲରେ ସମସ୍ତ ପର୍ବପର୍ବାଣୀ ପାଳନ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ୍ କହିଛନ୍ତି ।

Russian Movie
ମହାକାଶରେ ତିଆରି ହେବ ବିଶ୍ୱର ପ୍ରଥମ ଫିଲ୍ମ... ସୁଟିଂ ପାଇଁ ସ୍ପେସ ଗଲେ ଡାଇରେକ୍ଟର ଓ ହିରୋଇନ୍

ବିଶ୍ୱ ଇତିହାସରେ ପ୍ରଥମ। ମହାକାଶରେ ହେବ ଫିଲ୍ମ ସୁଟିଂ। ଏକଥାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହେଲେ ମହାକାଶରେ ଫିଲ୍ମ ସୁଟିଂ ହୋଇନାହିଁ। ରୁଷର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ କ୍ଲିମ୍‌ ଶିପେଙ୍କୋ ମହାକାଶରେ ଫିଲ୍ମ ସୁଟିଂ କରି ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି

Afghan President Ashraf Ghani
ଆମେରିକାର ମିଲିୟନ୍ ଡଲାର ନେଇ ପଳାଇଛନ୍ତି ଅଶରଫ୍ ଘନି!

ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍ ଘନିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ଆମେରିକା । ଆଫଗାନିସ୍ତାନରୁ ପଳାୟନ ବେଳେ ଏକ ବ୍ରିଫକେସରେ ଲକ୍ଷଲକ୍ଷ ଡଲାର ନେଇଥିବାର ଅଭିଯୋଗ ଆସିଛି । ଏହି ଅଭିଯୋଗକୁ ଆମେରିକା ବେଶ ଗମ୍ଭୀରତାର ସହ ନେଉଥିବାର ଦେଖାଯାଇଛି । ଆମେରିକା ଏନେଇ କଡା ତଦନ୍ତ କରୁଥିବାର ମଧ୍ୟ ସୂଚନା ମିଳିଛି।

Abdulrazak Gurnah
ସାହିତ୍ୟ ପାଇଁ ନୋବେଲ ପାଇବେ ଅବଦୁଲ ରଜାକ ଗୁର୍‌ନାହା

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଅବଦୁଲ ରଜାକ ଗୁର୍‌ନାହା ପାଇବେ ନୋବେଲ ପୁରସ୍କାର। ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଗୁର୍‌ନାହା ବ୍ରିଟେନରେ ରହୁଥିବା ନେଇ ମିଳିଛି ସୂଚନା। ଉପନ୍ୟାସବାଦୀ ଅବଦୁଲ ରଜାକ ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଶରଣାର୍ଥୀଙ୍କ ଭାଗ୍ୟର ଆପୋଷ ବୁଝାମଣା ପାଇଁ ସାହିତ୍ୟରେ ୨୦୨୧ରେ ନୋବେଲ ପୁରସ୍କାର ପାଇବେ।

Dabang Officers
ଆର୍ଯ୍ୟନଙ୍କ ଗିରଫ ପଛର ମାଷ୍ଟରମାଇଣ୍ଡ ଏହି ୩ ସିଂଘମ ଅଫିସର

କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କୁ ନେଇ ଉଠୁଛି ପଡୁଛି ସାରା ଦେଶ। ଆର୍ଯ୍ୟନଙ୍କୁ ଦୋଷମୁକ୍ତ କରିବା ପାଇଁ ଶାହାରୁଖଙ୍କ ସପକ୍ଷରେ ବାହାରିଛନ୍ତି ଅନେକ ସେଲିବ୍ରେଟି। ହେଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନଛୋଡ ବନ୍ଧା। ସେଲିବ୍ରିଟିଙ୍କ ପୁଅକୁ ଗିରଫ କରିବାକୁ ସାହସ ଜୁଟାଇଥିବା ଏନସିବିର ଦବଙ୍ଗଗିରିକୁ ଚାରିଆଡୁ ମିଳୁଛି ଢେର ସାରା ପ୍ରଶଂସା

trump
ଚୀନ ସହ ଯୁଦ୍ଧ କଲେ ହାରିଯିବ ଆମେରିକା ! ଜାଣନ୍ତୁ ଏପରି ଆକଳନ କଲା କିଏ?

ଚୀନ-ଆମେରିକା ମଧ୍ୟରେ ହେବ କି ଫାଇଟ୍‌? ଯଦି ଫାଇଟ୍‌ ହେବ ତେବେ ହାରିଯିବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଏତେ ମାତ୍ରାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଉନ୍ନତ ‌ଜ୍ଞାନକୌଶଳ ଥାଇ ମଧ୍ୟ ଚାଇନ୍‌ଠାରୁ ପରାଜୟ ସ୍ୱୀକାର କରିବ ଆମେରିକା

corona
ଦେଶରେ ଆଜି ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୨୨ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଚ୍‌ ୨୨,୪୩୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୪,୩୧୨ରେ ପହଞ୍ଚିଛି

BJP
ବିଜେପି ଜାତୀୟ କାର୍ଯ୍ୟକାରିଣୀ: ଓଡ଼ିଶାରୁ ଧର୍ମେନ୍ଦ୍ର, ଅଶ୍ୱିନୀ, ଜୁଏଲ

ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନୂଆ ତାଲିକା ଘୋଷଣା ହୋଇଛି। ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ,ମୂରଲୀ ମନୋହର ଯୋଶୀଙ୍କ ସମେତ ଅମିତ ଶାହା ଓ ରାଜନାଥ ସିଂ ପ୍ରମୁଖ ରହିଛନ୍ତି

jammu-and-kashmir-terrorists-active-again-two-teachers-shot-dead-in-srinagar
ଜାମ୍ମୁ ଓ କାଶ୍ମୀରରେ ଘନଘନ ଆତଙ୍କୀ ଆକ୍ରମଣ; ୨ ଶିକ୍ଷକ ମୃତ

ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ। ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ଉପରେ ଭାରତୀୟ ସେନାର ସର୍ଚ ଅପରେସନ୍ ଆରମ୍ଭ ହୋଇଛି।

Mukesh Ambani
ଦେଶର ୧ ନମ୍ବର ଧନୀ ତାଲିକାରେ ମୁକେଶ ଅମ୍ବାନୀ, ଦ୍ୱିତୀୟ ସ୍ଥାନରେ ଗୌତମ ଅଦାନୀ

ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଗତ ବର୍ଷକ ମଧ୍ୟରେ ଅମ୍ବାନୀଙ୍କ ଆୟ ୪ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି । ୯୯ ଦଶମିକ ୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ଲଗାତାର ଦେଶର ଶହେ ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅମ୍ବାନୀ ।

Varun Gandhi And Maneka Gandhi
ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରୁ ମାନେକା, ବରୁଣ ଆଉଟ୍‌; ଜ୍ୟୋତିରାଦିତ୍ୟ ଓ ମିଥୁନ୍‌ ଇନ୍‌

ବିଜେପି ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି। ଏଥର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ମାନେକା ଗାନ୍ଧି ଓ ବରୁଣ ଗାନ୍ଧିଙ୍କୁ ସାମିଲ କରାଯାଇ ନାହିଁ। କମିଟିରେ ବିନୟ କଟିୟାରଙ୍କୁ ମଧ୍ୟ ସ୍ଥାନ ମିଳିନି।

Lakhimpur Kheri Violence
ଲଖିମପୁର୍ ଖେରି ହିଂସା ମାମଲା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ- କେତେ ଜଣଙ୍କୁ ଗିରଫ କରାଯାଇଛି ?

ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଛି। ଘଟଣାରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିବା ସହ କାଲି ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି କହିଛନ୍ତି।

faiz hamid
ରାତାରାତି ବଦଳି ଗଲେ ଆଇଏସ୍ଆ‌ଇ ମୁଖ୍ୟ

ରାତାରାତି ବଦଳି ଗଲେ ଆଇଏସଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ। ସେ ବର୍ତ୍ତମାନ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ହୋଇଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଆଇଏସଆଇର ମୁଖ୍ୟ ଭାବେ କିଏ ନିଯୁକ୍ତି ହୋଇଛନ୍ତି, ସେନେଇ ଏଯାଏଁ କୌଣସି ସୁଚନା ମିଳିନାହିଁ। ତେବେ କାହିଁକି ହମୀଦଙ୍କୁ ରାତାରାତି ବଦଳି କରାଗଲା ଏନେଇ ପ୍ରଶ୍ନ ଉଠିବାରେ ଲାଇଛି।

Priyanka Gandhi
ୟୁପି ହିଂସାକୁ ନେଇ ତେଜୁଛି ରାଜନୀତି,ପ୍ରିୟଙ୍କା ଗାନ୍ଧି କହିଲେ-କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ,ନ୍ୟାୟ ମିଳୁ

ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ସମସ୍ତ ପୀଡ଼ିତ ପରିବାରକୁ ଭେଟି ଥିଲି ଓ ସମସ୍ତେ ନ୍ୟାୟ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଇସ୍ତଫା ଦେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧି

Covid Pandemic Affecting Band Party Group Badly
ଠପ୍ ହୋଇଯାଇଛି ବ୍ୟାଣ୍ଡ ପାର୍ଟି କର୍ମଚାରୀଙ୍କ ରୋଜଗାର; ଦାଦନ ଖଟି ପୋଷୁଛନ୍ତି ପେଟ

ଠପ୍ ହୋଇଯାଇଛି ବ୍ୟାଣ୍ଡ ପାର୍ଟି କର୍ମଚାରୀଙ୍କ ରୋଜଗାର । ପୂର୍ବରୁ ପାର୍ବଣ ଋତୁ ଆସିଲେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି ଏହି ବ୍ୟାଣ୍ଡ ପାର୍ଟି ଏବଂ ଡିଜେ ଷ୍ଟାଫ୍ ହେଲେ କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ଏମାନେ ହାତ ବାନ୍ଧି ବସିଛନ୍ତି ।

ipl 2021
କିଏ ଯିବ ପ୍ଲେ ଅଫ୍? ଦୌଡରେ ତିନି ଦଳ

ଆଜି ଆଇପିଏଲ୍ ୨୦୨୧ ପ୍ଲେ ଅଫ୍‌ର ଚତୁର୍ଥ ସ୍ଥାନ ପାଇଁ ନିର୍ଣ୍ଣାୟକ ଦିନ। ଆଜି ୟୁଏଇର ଶାରଜାହ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଲ୍କାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ। ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିବା ପାଇଁ ଆଜି କୋଲକାତା ନାଇଟ୍ ରାଇଡର୍ସ ଜୋର୍ ଲଗାଇବ। ପ୍ଲେ ଅଫ୍ ଦୌଡରେ ବର୍ତ୍ତମାନ କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ରହିଛନ୍ତି। ରାଜସ୍ଥାନ ରୟାଲ୍ସ ଦଳ ଏହି ଦୌଡ଼ରୁ ପ୍ରାୟ ବାହାରେ।

7 dead in Karnataka after house collapses
ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ିଲା ଘର, ଦୁଇ ଶିଶୁ ସମେତ ୭ ମୃତ

ଗତକାଲି ରାତି ପ୍ରାୟ ୯ଟା ସମୟରେ କର୍ଣ୍ଣାଟକର ବେଲଗାଡ଼ିର ବାରାଲା ଅଙ୍କଲଗି ଗ୍ରାମରେ ପ୍ରବଳ ବର୍ଷା ହେତୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ସାତଜଣଙ୍କର ମୃତ୍ୟୁ ଘଟିଛି।

Murder by biting a snake became a new trend supreme court did not grant bail to the accused
ହତ୍ୟାକାଣ୍ଡର ନୂଆ ଟ୍ରେଣ୍ଡ; ସର୍ପଦଂଶନ ଦ୍ୱାରା ମହିଳାଙ୍କୁ ହତ୍ୟା, ଜାମିନ ଦେଲେନି ସୁପ୍ରିମକୋର୍ଟ

ସର୍ପଦଂଶନ ଦ୍ୱାରା ମହିଳାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ଶୁଣାଣୀ ସମୟରେ ଜାମିନ୍‌ ଦେବାକୁ ମନା କରିଦେଲେ ସୁପ୍ରିମ୍‌ କୋର୍ଟ । ରାଜସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଢଙ୍ଗର ହତ୍ୟାକାଣ୍ଡ ।

Mumbai Cruise Rave Party
କ୍ରୁଜ୍ ପାର୍ଟି: ବିଦେଶୀ ନାଗରିକ ଗିରଫ, ମିଳିଲା ଏମିତି ଜିନିଷ...

କ୍ରୁଜ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି) ତାଙ୍କୁ ଗିରଫ କରିଛି। NCB ତାଙ୍କ ନିକଟରୁ ବହୁ ପରିମାଣର ମେଫେଡ୍ରୋନ୍ ଡ୍ରଗ୍ସ ଜବତ କରାଯାଇଛି। ଯାହାକି ସେ ବ୍ୟବସାୟିକ ଉଦ୍ଦେଶ୍ୟରେ ରଖିଥିଲେ ବୋଲି ଜଣାପଡ଼ିଛି।

Road Accident In UP
ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୧୩ ଜୀବନ,୨୦ରୁ ଅଧିକ ଆହତ

ଆଜି ସକାଳେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Petrol price today on 07 october 2021 hiked in delhi Mumbai Chennai and Kolkata check you city lates
ଆକାଶ ଛୁଆଁ ପେଟ୍ରୋଲ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ…

ଲଗାତାର ତୃତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର । ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ୍‌ ଦର । ଇଣ୍ଡିଆଲ୍‌ ଅଏଲ୍‌ ପକ୍ଷରୁ ଆଜି ତେଲ ଦରକୁ ବୃଦ୍ଧି କରାଯାଇଛି ।

Malaria Vaccine For Children
ବିଶ୍ୱର ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନ୍‌କୁ WHOର ମଞ୍ଜୁରୀ

ମ୍ୟାଲେରିଆ ପାଇଁ ଭ୍ୟାକ୍ସିନ୍। ମ୍ୟାଲେରିଆ ବିପକ୍ଷରେ ବିଶ୍ୱର ପ୍ରଥମ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ମଞ୍ଜୁରୀ ଦେଇଛି। ମ୍ୟାଲେରିଆ ବିପଦକୁ କମ୍ କରିବା ପାଇଁ ବୈଜ୍ଞାନିକମାନେ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ଏହି ଭ୍ୟାକ୍ସିନ୍ ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

Daily Horoscope
Daily Horoscope, 7 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର, ୭ ତାରିଖ, ଗୁରୁବାର କନ୍ୟା ୨୧ ଦିନ ଆଶ୍ୱିନ ମାସ, ଶୁକ୍ଳ ପକ୍ଷ, ପ୍ରତିପଦା ତିଥି, ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

People including 51 children hospitalized with suspected food poisoning in chhattisgarh
ବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ଅସୁସ୍ଥ

ବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ରୋଗାଗ୍ରସ୍ତ ହୋଇଛନ୍ତି । ଗତକାଲି ଛତିଶଗଡର ମହା ସମୁନ୍ଦ ଜିଲ୍ଲାର ଅଂଶୁଲା ଗାଁରେ ୫୧ଟି ଶିଶୁଙ୍କ ସହ ପ୍ରାୟ ୧୦୦ ଜଣ ଲୋକ ବିଷାକ୍ତ ଖାଦ୍ୟ ଖାଇ ରୋଗରେ ପଡିଛନ୍ତି ।

Stones Thrown At Shatabdi Express
ଶତାବ୍ଦୀ ଏକ୍ସପ୍ରେସ୍‌ ଉପରକୁ ପଥରମାଡ଼

ଶତାବ୍ଦୀ ଏକ୍ସପ୍ରେସ୍‌ ଉପରକୁ ଦୁର୍ବୃତ୍ତଙ୍କ ପଥରମାଡ଼। ଖନ୍ନା ରେଲ୍‌ୱେ ଷ୍ଟେସନ ନିକଟରେ ଏକ୍ସପ୍ରେସ୍‌ ଉପରକୁ କିଛି ଦୁର୍ବୃତ୍ତ ପଥରମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି।