• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

two arrest
ଦେଢ ଲକ୍ଷ ଲାଂଚ ମାଗି ଗିରଫ ହେଲେ ସରପଂଚ

ସରପଂଚଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। କାରଖାନା ଚାଲୁ କରିବା ଲାଗି ମାଗୁଥିଲେ ଦେଢ ଲକ୍ଷ ଲାଂଚ। ତେବେ ଗୁଜରାଟ୍‌ର ଦୁର୍ନୀତି ନିବାରଣ ବ୍ୟୁରୋ ଘଟଣାର ପର୍ଦ୍ଦାଫାସ କରିବା ସହ ସରପଂଚକୁ ଗିରଫ କରିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

'Jari Medha' Artisans Of Cuttack Stare At Worst-Ever Crisis Amid COVID-19
ଜରି କାରିଗରଙ୍କ ବେପାର ମାନ୍ଦା

ଚଳିତ ବର୍ଷ ମାନ୍ଦା ହୋଇଛି ଜରିମେଢ କାରିଗରଙ୍କ ବେପାର । କଟକ ସହରର କେତେକ ମୁସଲମାନ ଏବଂ ଓଡ଼ିଆ କାରିଗର ଜରିମେଢକୁ ତିଆରି କରିଥାନ୍ତି ।

Benefits of  Bay leaf
ସ୍ୱାସ୍ଥ୍ୟ ପାଇଁ ତେଜପତ୍ର,ଜାଣିବା ଏହାର ଚମତ୍କାରୀ ଗୁଣ

ଘରେ ରୋଷେଇ ପାଇଁ ବିଭିନ୍ନ ମସଲା ଓ ପତ୍ର ବ୍ୟବହାର କରାଯାଇଥାଏ ଓ ଏହା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇ ଗୁଣିତ ହୋଇଥାଏ । କିନ୍ତୁ ଖାଦ୍ୟର ସ୍ୱାଦ ବଢେଇବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଏହା ହିତକର ଅଟେ । ସେହିଭଳି ଗୋଟିଏ ମସଲା ହେଉଛି ତେଜପତ୍ର ,ଯାହାକୁ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ । ଏହା ଖାଇବାର ବାସ୍ନାକୁ ବଢାଇବା ସହିତ ଏଥିରେ ଥିବା ପୋଷକତତ୍ୱ ଶରୀର ପାଇଁ ହିତକର ଅଟେ ।

supreme court
ଲଖିମପୁର ହିଂସା: ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଉ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଛନ୍ତି କୋର୍ଟ

Accident
ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡ଼ିକାଲ ନେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା। ସ୍ଥିତି ଏମିତି ହେଲାଣି ଯେ, ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ହିଁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ କିଛି ଲାଭ ହେଉନାହିଁ।

Supreme Court
ଲଖିମପୁର ଖେରି ହିଂସାକାଣ୍ଡ: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଏତଲାରେ ଅଛି କେତେ ଜଣଙ୍କ ନାଁ ? ମାମଲାରେ କେଉଁମାନେ ଅଛନ୍ତି ଅଭିଯୁକ୍ତ? ସେମାନଙ୍କୁ ଗିରଫ କରାଗଲାଣି କି ନାହିଁ? କେତେଜଣଙ୍କୁ ଗିରଫ କଲାଣି ପୋଲିସ? ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ଶୁଣାଣି କରି, ଏହିସବୁ ଦିଗରୁ ଉତ୍ତରପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Jaish terrorist organization
“ଆତଙ୍କୀଙ୍କୁ ଚ୍ୟାଲେଞ୍ଜ, ସାହାସ ଅଛି ତ ସାମ୍ନାସାମ୍ନି ହୁଅ”

ବିଦ୍ୱେଷର ମଞ୍ଜି ବୁଣୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI । ସୀମା ସେପଟୁ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇ, କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ଚଳାଇଛି ହୀନ ପ୍ରୟାସ । ଗତ କିଛି ଦିନ ହେଲାଣି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ପୂର୍ବରୁ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବା ବେଳେ, ଏବେ ସାଧାରଣ ଲୋକଙ୍କୁ ନିଶାନା କରୁଛନ୍ତି

Old Vehicles
ଆପଣଙ୍କ ଗାଡ଼ି ପୁରୁଣା ହୋଇଥିଲେ ଭୋଗିବେ ଅସୁବିଧା, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ରାସ୍ତାରେ ଆଉ ଗଡି ପାରିବନି ପୁରୁଣା ଗାଡି। ପୁରୁଣା ଗାଡି ରାସ୍ତାକୁ ଉଠାଇଲେ ଦେବେ ମୋଟା ଅଙ୍କର ଫାଇନ। ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ଗାଡି ପାଇଁ ନିୟମ କଡାକଡି କରିଛନ୍ତି ସରକାର। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ଅଛି, ତେବେ ଆଜିଠାରୁ ହୋଇ ଯାଆନ୍ତୁ ସତର୍କ

Shah Rukh Khan
ଡ୍ରଗ୍ସ ମାମଲାରେ ପୁଅ ଫସିବା ପରେ ବିଜ୍ଞାପନ ଦୁନିଆରେ କମୁଛି କିଙ୍ଗଖାନଙ୍କ କ୍ରେଜ୍

କମୁଛି କିଙ୍ଗ ଖାନଙ୍କ କ୍ରେଜ। ପୁଅ ଦୋଷ କରିବା ପରେ ଏବେ ଶାହାରୁଖଙ୍କୁ ସବୁ କିଛି ଶୁଣିବାକୁ ପଡୁଛି। ଅପବାଦ ମୁଣ୍ଡାଇବା ସହ ଆର୍ଥିକ ଅବସ୍ଥା ବିଗାଡିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଶାହରୁଖ୍‌ ଖାନ୍‌ଙ୍କ ବ୍ରାଣ୍ଡ ଭାଲ୍ୟୁ ସଙ୍କଟ ଆଡକୁ ମୁହାଁଇଛି

corona
ଆଜି ସାମାନ୍ୟ କମିଲା ସଂକ୍ରମଣ: ୨୪ ଘଂଟାରେ ୨୧,୨୫୭ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ୍‌ ୨୧,୨୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ୨୪ ଘଂଟାରେ ମୋଟ୍‌ ୨୭୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ

india first vertical lift sea bridge
ନିର୍ମାଣଧିନରେ ଭାରତର ସର୍ବପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍

ନିର୍ମାଣ ହେଉଛି ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି ବ୍ରିଜ୍ । କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

PM Modi mementos
ଶେଷ ହେଲା ମୋଦିଙ୍କ ଉପହାରର ନିଲାମ, ଜାଣନ୍ତୁ କାହାର ମୂଲ୍ୟ ସବୁଠୁ ଅଧିକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଅଲିମ୍ପିକ୍ସ ବିଜୟୀ ଦେଇଥିବା ଉପହାରର ନିଲାମ ମଧ୍ୟ ଶେଷ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲିନ୍ ସବୁଠାରୁ ଅଧିକ ଅର୍ଥାତ୍‌ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି।

farmer earning 20 lakh with Lakh Farming
କମ୍ ପରିଶ୍ରମରେ ଲାଭଦାୟକ ଲାଖ ଚାଷ

ଲାଖ ଚାଷ କରି ଲାଭଦାୟକ ଚାଷୀ। କମ୍ ପରିଶ୍ରମରେ ଅଧିକ ଲାଭଦାୟକ ଚାଷ ମାନଙ୍କ ମଧ୍ୟରୁ ଅନ୍ୟ ତମ ହେଉଛି ଏହି ଲାଖ ଚାଷ । ମୟୂରଭଞ୍ଜ କରଞ୍ଜିଆରେ ଲାଖ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଚାଷୀ ।

 India China Face Off
ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ, LACକୁ ମାଡ଼ି ଆସିଥିବା ୨୦୦ ଚୀନ୍ ସେନାଙ୍କୁ ରୋକିଲେ ଭାରତୀୟ ସେନା

ଅରୁଣାଚଳପ୍ରଦେଶରେ LAC ନିକଟରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ଗତ ସପ୍ତାହରେ Line of Actual Control( LAC) ନିକଟରେ ପାଟ୍ରୋଲିଂ ବେଳେ କିଛି ଘଣ୍ଟା ଧରି ଭାରତ-ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। 

Daily Horoscope,8 Oct 2021
Daily Horoscope,8 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର, ୮ ତାରିଖ, ଶୁକ୍ରବାର କନ୍ୟା ୨୨ ଦିନ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.....

MS Dhoni
IPLରୁ ସନ୍ନ୍ୟାସ ନେବେ କି ଧୋନି ? ଦେଲେ ଏମିତି ଇଶାରା...

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇପିଏଲ୍‌ର ଆଗାମୀ ସିଜନରେ ଦେଖିବାକୁ ନମିଳିପାରେ। ଏକ ଟ୍ୱିଟ୍‌କୁ ନେଇ ଏହି ଚର୍ଚ୍ଚା ଲାଗି ରହିଛି। ଧୋନି ଆଇପିଏଲ୍‌ର ଆଗାମୀ ସିଜନରେ ଭାଗ ନେବାକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

railways extends covid guidelines
ଷ୍ଟେସନ୍‌ରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା

ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଆଗାମୀ ୬ ମାସ ପର୍ଯ୍ୟନ୍ତ ଷ୍ଟେସନ୍‌ରେ ଲାଗୁ ହେବ ଏହି ନିୟମ । କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନ୍‌ ଓ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

Indian Air Force Day
ଆଜି ଭାରତୀୟ ବାୟୁସେନା ପ୍ରତିଷ୍ଠା ଦିବସ

ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାୟୁସେନାର ବିଭିନ୍ନ ବିମାନ ପକ୍ଷରୁ ସାମରିକ କୌଶଳ ପ୍ରଦର୍ଶନ କରାଯିବା ସହ ଲଢୁଆ ବିମାନ ମଧ୍ୟ ପ୍ରଦର୍ଶିତ ହେବ। 

Petrol price today
ତୈଳ ଦରରେ ନିଆଁ, ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ

କମିବାର ନାଁ ଧରୁନି ପେଟ୍ରୋଲ-ଡିଜେଲ ମୂଲ୍ୟ । ଦେଶରେ ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ମହାନଗର ନିଗମରେ ତୈଳ ଦରର ଲଗାତାର ବୃଦ୍ଧି ପାଇବାରେ ଲାଗିଛି ।

covid-vaccination
୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା : ୟୁକେ

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁନାଇଟେଡ୍ କିଙ୍ଗଡମ୍। ୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା। ଅକ୍ଟୋବର ୧୧ ତାରିଖରୁ ପରିବର୍ତ୍ତିତ ନିୟମ କାର୍ଯ୍ୟକାରୀ ନେଇ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ। ତେବେ ଏହି ନିୟମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ।

Aryan khan Issue
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଓଡ଼ିଶାରୁ ଥିଲେ କେତେ ଓଡ଼ିଆ ?

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଏନସିବି ଆବେଦନ କରିଥିଲେ ମଧ୍ୟ କୋର୍ଟ ଏଥିପାଇଁ ଅନୁମତି ଦେଇ ନାହାନ୍ତି

Aryan Khan
ଜେଲ୍‌ ଗଲେ ଆର୍ୟନ ଖାନ୍

ନିରାଶ ହେଲେ ଆର୍ୟନ। ଜେଲ ଗଲେ କିଙ୍ଗ୍ ଖାନଙ୍କ ପୁଅ। କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ୟନ ଖାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଯାଇଛି।।

Aryan Khan
ଆର୍ୟନଙ୍କୁ ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ପାଇଁ ଆବେଦନ କଲା NCB

ବଢ଼ିଲା ସୁପରଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପାଇଁ ଅଡୁଆ ମୁମ୍ବାଇରୁ ଗୋଆ ଯାଉଥିବା ବିଳାସମୟ କର୍ଡେଲିଆ କ୍ରୁଜରେ ରେଭ୍ ପାର୍ଟି, ଡ୍ରଗ୍ସ ଲିଙ୍କ ମାମଲା ଗିରଫ ହୋଇଥିବା ଆର୍ୟନଙ୍କୁ ଆସନ୍ତା ୧୧ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ-ଏନିସିବି

covid situation in india
"ସତର୍କ ରୁହନ୍ତୁ ଏହି ତିନି ମାସ"

କରୋନା ପାଇଁ ଆଗାମୀ ୩ ମାସ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସରକାର। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏହି ୩ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସତର୍କ ରହିବା ସହ ବିଶେଷ ବାହାରକୁ ନବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଭର୍ଚୁଆଲରେ ସମସ୍ତ ପର୍ବପର୍ବାଣୀ ପାଳନ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ୍ କହିଛନ୍ତି ।

Russian Movie
ମହାକାଶରେ ତିଆରି ହେବ ବିଶ୍ୱର ପ୍ରଥମ ଫିଲ୍ମ... ସୁଟିଂ ପାଇଁ ସ୍ପେସ ଗଲେ ଡାଇରେକ୍ଟର ଓ ହିରୋଇନ୍

ବିଶ୍ୱ ଇତିହାସରେ ପ୍ରଥମ। ମହାକାଶରେ ହେବ ଫିଲ୍ମ ସୁଟିଂ। ଏକଥାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହେଲେ ମହାକାଶରେ ଫିଲ୍ମ ସୁଟିଂ ହୋଇନାହିଁ। ରୁଷର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ କ୍ଲିମ୍‌ ଶିପେଙ୍କୋ ମହାକାଶରେ ଫିଲ୍ମ ସୁଟିଂ କରି ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି