• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Petrol price today
ଦେଶରେ ଲଗାମ୍‌ଛଡା ପେଟ୍ରୋଲ ଦର !

ତେଲ ଦରରେ ଲାଗୁନି ଲଗାମ୍‌ । ଲଗାତାର କିଛି ଦିନ ହେବ ତେଲ ଦର ବଢିବାରେ ଲାଗିଥିବାବେଳେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହା ଫଳରେ ସାଧାରଣ ଲୋକମାନଙ୍କ ଚଳିବା କଷ୍ଟକର ହୋଇପଡୁଛି ।

 Aryan Khan
ମୁମ୍ବାଇ ଆର୍ଥର ରୋଡ୍ ଜେଲରେ କଟିଲା ଆର୍ୟନ ଖାନଙ୍କ ପ୍ରଥମ ରାତି

ତେବେ ୩ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ଜାମିନ ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ । ତେଣେ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଗିରଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ

Union minister's son Ashish Mishra expected to appear before cops today
ଆଜି କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବେ ଆଶିଷ୍ ମିଶ୍ରା !

କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବାକୁ ଆଶିଷ ମିଶ୍ରାଙ୍କୁ ନିର୍ଦ୍ଦେଶ । ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଜି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେବେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଆଜି ଦିନ ୧୧ଟା ବେଳେ ସେ ପୋଲିସ ନିକଟରେ ହାଜର ହେବେ ବୋଲି ସୂଚନା ମିଳିଛି ।

KOTIA
ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି

କୋଟିଆରେ ଆନ୍ଧ୍ରର ଦାଦାଗିରି । କୋଟିଆ ପଞ୍ଚାୟତରେ ଆନ୍ଧ୍ର ଏକ ଗ୍ରାମ ସଭାର ଆୟୋଜନ କରିଥିଲା । କୋଟିଆ ସ୍ଥିତ ସାଲୁର ମଣ୍ଡଳ ଅଧିକାରୀଙ୍କ ଦ୍ୱାରା ଗଂଜେଇପଦରରେ ଏହି ଗାଁ ସଭା ଅନୁଷ୍ଠିତ ହୋଇଛି ।

India-China face-off
ଉତ୍ତରାଖଣ୍ଡ ପରେ ଅରୁଣାଚଳ ପ୍ରଦେଶ : ପୁଣି ଭାରତ ସୀମା ଭିତରକୁ ପଶିଆସିଲେ ଚୀନ୍ ସୈନ୍ୟ

ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ ।

MI captain Rohit Sharma
IPL ପ୍ଲେଅଫ୍‌ରୁ ମୁମ୍ବାଇ ଆଉଟ୍, କୋଲକାତା ଇନ୍‌

IPL-୨୦୨୧ ପ୍ଲେଅଫରୁ ବାଦ ପଡ଼ିଛି ମୁମ୍ବାଇ। ଏହି ଟିମ୍‌ ବାଦ୍ ପଡ଼ିବା ପରେ କୋଲକାତା ଯୋଗ୍ୟତା ହାସଲ କରିଛି। ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତ୍ୱେ ପ୍ଲେଅଫରୁ ମୁମ୍ବାଇ ଆଉଟ ହୋଇଛି। ପୂର୍ବରୁ ଦିଲ୍ଲୀ, ଚେନ୍ନାଇ, ବାଙ୍ଗାଲୋର ଯୋଗ୍ୟତା ପାଇସାରିଛନ୍ତି।

Thorium Nuclear Reactor
ଚୀନର ଏହି ପଦକ୍ଷେପ ଦ୍ୱାରା ପୂରା ଦୁନିଆକୁ ଆଲୋକିତ କରିବ ଭାରତ

ଗତ କିଛି ଦିନ ହେବ ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ସଂକଟ ଦେଖାଦେଇଛି। ଏହି କାରଣରୁ, ଶକ୍ତି ଉତ୍ପାଦନ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ହେବାର ସମ୍ଭାବନା ଅଛି। ଏହି କାରଣରୁ ଭବିଷ୍ୟତରେ ବିଦ୍ୟୁତ୍ ଉତ୍ପାଦନର ନୂତନ ପଦ୍ଧତି ଗ୍ରହଣ କରିବା ଉପରେ ଆଲୋଚନା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ଚାଇନାରୁ ଏକ ଉତ୍ସାହଜନକ ଖବର ଆସିଛି। ପଡୋଶୀ ଚାଇନାରେ ଏକ ଥୋରିୟମ୍ ଆଧାରିତ ପରମାଣୁ ବିଜୁଳି କେନ୍ଦ୍ରର ପରୀକ୍ଷଣ କରାଯାଉଛି।

Air India
କାହିଁକି ଟାଟା ସନ୍ସ ହାତରୁ ଚାଲି ଯାଇଥିଲା ଏୟାର ଇଣ୍ତିଆ?

ଟାଟା ଗ୍ରୁପ୍ସରେ ପୁଣି ଥରେ ଏୟାର୍ ଇଣ୍ଡିଆର ଘରବାହୁଡ଼ା । ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା ହାତକୁ ଫେରିଛି ଏୟାର୍ ଇଣ୍ଡିଆ । କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ଲାଗି ୨୦୧୭ ମସିହାରେ ସରକାର ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ । ତେବେ ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା ।

American dancer won hearts by performing garba
ଆମେରିକାନ୍ ଡ୍ୟାନ୍ସର ଗର୍‌ବା ନାଚି ହୃଦୟ ଜିତିଲେ

ଇଣ୍ଟରନେଟ୍ ଦୁନିଆରେ ଅନେକ ଡ୍ୟାନ୍ସ ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଦେଖିବା ପରେ ପୂରା ଦିନ ଖୁସି ହୋଇଯାଏ। ଏବେ ଗୋଟିଏ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଛି। ଏହି ଭିଡିଓ ଦେଖିବା ପରେ, ସମସ୍ତଙ୍କ ମୁହଁରେ ଖୁସି ଆସିବ। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଆମେରିକୀୟ ବ୍ୟକ୍ତି ଲଭ୍‌ରାତ୍ରୀ ଫିଲ୍ମର ଗୀତରେ ଗର୍‌ବା କରୁଥିବା ଦେଖିବାକୁ ମିଳେ।

School girl forced to do 150 squats as punishment
ଛାତ୍ରାବାସ ବିଛଣା ଉପରେ ଜଳଖିଆ ମିଳିବାରୁ ଦଣ୍ଡ; ଅକ୍ଷମ ହେଲା ବାଳିକା

ସ୍କୁଲରେ ପିଲାମାନେ ବଦମାସୀ କରିବା ଏକ ସାଧାରଣ କଥା। ଏହା ଏକ ନୂଆ କଥା ନୁହେଁ ଯେ କ୍ଲାସ ଚାଲିଥିବା ସମୟରେ ପିଲାମାନେ କିଛି ଖାଉଥିବା ନଜର ଆସିବା, କିମ୍ବା ସ୍କୁଲକୁ ଅନୁମତି ନ ଥିବା ଜଳଖିଆ ନେଇ ଧରାହେବା। ଚାଇନାରେ ମଧ୍ୟ ଜଣେ ବାଳିକା ସ୍କୁଲ ଛାତ୍ରାବାସରେ ଏଭଳି କିଛି ସ୍ନାକ୍ସ ଲୁଚେଇ ରଖିଥିଲେ ଏହା ଦେଖିବା ପରେ ଶିକ୍ଷକ ଏତେ ରାଗି ଗଲେ ଯେ ତାକୁ ଶହ ଶହ ବସ ଉଠ ହେବା ନେଇ ଦଣ୍ଡ ଦେଲେ।

Jail shedule of Aryan Khan
ଜେଲ୍‌ରେ କେମିତି ରହିବେ, କ’ଣ ଖାଇବେ ଆର୍ଯ୍ୟନ?

ଏବେ ଜେଲ୍‌ର ଚାରିକାନ୍ଥରେ ରାତି କାଟିବେ ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ। ପ୍ରଥମ ଥର ପାଇଁ ଏନ୍‌ସିବି ଅଧିକାରୀ ତାଙ୍କୁ ଆର୍ଥର ରୋଡ୍ ଜେଲ୍‌କୁ ନେଇଥିଲେ। କିନ୍ତୁ କିଲା କୋର୍ଟର ଶୁଣାଣି ଚାଲିଥିଲା। ଆଶା ଥିଲା ଜାମିନ୍ ମିଳିଯିବ। କିନ୍ତୁ ଆର୍ଯ୍ୟନଙ୍କୁ ଝଟକା ଲାଗିଥିଲା ଯେତେବେଳେ କୋର୍ଟ ତାଙ୍କ ଜାମିନକୁ ଖାରଜ କରିଦେଇଥିଲେ। ତେବେ ଆସନ୍ତୁ ଜାଣିବା ଜେଲ୍‌ରେ ଆର୍ଯ୍ୟନଙ୍କ ଜୀବନ କିପରି କଟିବ।

Brain Disease
ଅଜଣା ମସ୍ତିଷ୍କ ରୋଗରେ ୬ ମୃତ, ୫୦ ଆକ୍ରାନ୍ତ

କରୋନା ପରେ ପୁଣି ସାମ୍ନାକୁ ଆସିଲା ଏକ ରହସ୍ୟମୟ ରୋଗ । କାନାଡାର ନ୍ୟୁ ବ୍ରନ୍ସୱିକ୍ ସହରରେ ଏହି ଅଜଣା ମସ୍ତିଷ୍କ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ଅଜଣା ମସ୍ତିଷ୍କ ରୋଗରେ ଅନେକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ୫୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବାର ସୂଚନା ମିଳିଛି ।

Rakhi Sawant
ରାକ୍ଷୀଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଦର୍ଶକ,ଭାଇରାଲ ହେଲା ଫଟୋ

ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ବେଳେ ଏଥର ତାଙ୍କ ଫଟୋ ଦେଖି ଫ୍ୟାନ୍ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ରାକ୍ଷୀ ଏବେ ନିଜର ନୂଆ ଲୁକ୍‌ରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

Esha Deol excited about digital debut
ଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ

‘କୋଇ ମେରେ ଦିଲ୍ ସେ ପୁଛେ’ ଫିଲ୍ମ ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିବା ଈଶା ଦେଓଲ ୨୦୧୨ରେ ବିବାହ ଓ ପରେ ମା ହେବା ପରେ ସିନେ ଦୁନିଆରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ। ବର୍ତ୍ତମାନ ଈଶା ପୁନର୍ବାର ଅଭିନୟ ଦୁନିଆକୁ ଫେରୁଛନ୍ତି। ଈଶା ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଏକ ଫିଲ୍ମର ମଧ୍ୟ ପ୍ରଯୋଜନା କରିଛନ୍ତି।

India-Nepal Railway
ଭାରତର ପ୍ରତ୍ୟେକ ସହରକୁ କାଠମାଣ୍ତୁକୁ ଗଡିବ ଟ୍ରେନ୍!

ଭାରତ ଏବଂ ନେପାଳ ମଧ୍ୟରେ ରେଳ ଯୋଗାଯୋଗ ପାଇଁ ଏକ ନୂଆ ପ୍ରସ୍ତାବ ଗୃହୀତ ହୋଇଛି। ନିକଟରେ ଭାରତର ରକ୍ସୋଲ ଠାରୁ ନେପାଳର କାଠମାଣ୍ଡୁ ଯାଏଁ ରେଳ ଚଳାଚଳ ନେଇ ଏକ ବୈଠକ ବଅସିଥିଲା। ଯେଉଁଥିରେ ଭାରତ ନେପାଳ ସମ୍ପର୍କକୁ ନେଇ ଆଲୋଚନା କରାଯାଇଥିଲା। ତେବେ ଏହି ପ୍ରକଳ୍ପକୁ ସ୍ୱୀକୃତି ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ୨୩୭ ବିଲିୟନ ଟଙ୍କା ବ୍ୟୟର ପ୍ରସ୍ତାବ ଦିଆଯାଇଛି।

ram rohim
ପୁଣିଥରେ ଦୋଷୀ ସାବ୍ୟସ୍ତ ହେଲେ ରାମ୍ ରହିମ

ପୁଣିଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମ । ହରିୟାଣାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

Sunny Leone dances on Madhuban Mein Radhika
ଭାଇରାଲ ହେଲା ସନ୍ନୀ ଲିଓନଙ୍କ ନୂଆ ଭିଡିଓ

ସନ୍ନୀ ଲିଓନ୍ ବଲିଉଡର ଜଣେ ନାମୀଦାମି ଅଭିନେତ୍ରୀ। ସେ ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବେଳେ ନିଜ ପ୍ରଶଂସକମାନଙ୍କ ସହିତ ନିଜର ଷ୍ଟାଇଲିସ୍ ଫଟୋ ଓ ମଜ୍ଜାଳିଆ ଭିଡିଓ ମଧ୍ୟ ଶେୟାର କରନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ଏହି ଭିଡିଓରେ ସେ କନିକା କପୁରଙ୍କ ଗୀତ ‘ମଧୁବନ’ରେ ଜବରଦସ୍ତ ନାଚୁଥିବା ନଜର ଆସିଛନ୍ତି।

Aryan Khan case
ବେଲ୍‌ ମିଳିଲାନାହିଁ, ଜେଲ୍‌ ଗଲେ ଆର୍ୟନ ଖାନ୍‌

ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ। ତେବେ ଆଜି ପୁଣି ନିରାଶ ହେଲେ ଆର୍ୟନ।

Indian Oil Recruitment 2021
ଇଣ୍ଡିଆନ୍ ଓଏଲରେ ଖାଲି ପଡ଼ିଛି ୪୬୯ଟି ପଦବୀ,ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ସର୍ବଶେଷ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟରେ ବମ୍ପର ପଦବୀରେ ନିଯୁକ୍ତି ଦେବା ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ ମୁତାବକ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହିତ ୪୬୯ ପଦବୀ ଖାଲିପଡିଛି । ପଦବୀ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।

Air India
ଟାଟା ମାଲିକାନାକୁ ଗଲା ଏୟାର୍‌ ଇଣ୍ତିଆ

ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍‌କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।

Deepak Chahar proposed girlfriend Jaya Bhardwaj
ଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଦୀପକ ଚହର, ଜାଣନ୍ତୁ କିଏ ସେ…

ଷ୍ଟାଡିୟମରେ ପ୍ରେମିକାକୁ ମୁଦି ପିନ୍ଧାଇଲେ ଚେନ୍ନାଇ ସୁପର କିଙ୍ଗ୍ସର ଦ୍ରୁତ ବୋଲର ଦୀପକ ଚହର। ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ ଓ ପଂଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ସରିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୀପକ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରେମିକା ଜୟା ଭରଦ୍ୱାଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଷ୍ଟାଡିୟମରେ ସମସ୍ତଙ୍କ ସମ୍ମୁଖରେ ଆଣ୍ଠେଇପଡି ରୋମାଣ୍ଟିକ୍ ମୁଡ୍‌ରେ ସେ ପ୍ରସ୍ତାବ ରଖିଥିଲେ। ଜୟା ଏହି ପ୍ରସ୍ତାବରେ ରାଜି ହେବା ପରେ ଦୀପକ ତାଙ୍କୁ ମୁଦି ପିନ୍ଧାଇଥିଲେ ।

2021 Nobel Peace prize
୨ ସାମ୍ବାଦିକଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ।

 wallet
ୱାଲେଟ୍‌ରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ,ଦେଖାଦେଇପାରେ ଆର୍ଥିକ ସମସ୍ୟା

ପ୍ରାୟତଃ ସମସ୍ତେ ଛୋଟ ୱାଲେଟ୍ ବା ପର୍ସ ନିଜ ପାଖରେ ରଖିଥାନ୍ତି । ବିଶେଷକରି ଏଥିରେ ଟଙ୍କା ରଖାଯାଏ । କିନ୍ତୁ ପ୍ରାୟତଃ ଲୋକମାନେ ଏଥିରେ ଅନ୍ୟ ବର୍ଜ୍ୟବସ୍ତୁ ମଧ୍ୟ ରଖିଦେଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏଭଳି ପରିସ୍ଥିତିରେ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ୱାଲେଟ୍ ବା ପର୍ସ ସହିତ ଜଡିତ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

Farmer
ଚାଷୀ ଭାଇଙ୍କ ପାଇଁ ବଡ଼ ଖବର: ଏମିତି ପାଇବେ ୧୦ମ କିସ୍ତିର ଟଙ୍କା

ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ଆପଣ ସାମିଲ ଅଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର। ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ଟଙ୍କା ଯଦି ଆପଣ ପାଇନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆପଣ ଟଙ୍କା ପାଇପାରିବେ। କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି, କେବଳ ୟୁପି ଚାଷୀମାନେ ଏହାର ଲାଭ ଉଠାଇପାରିବେ।

Lakhimpur Kheri violence
ଦେଶ ଛାଡି ପଳାଇଲେ କି ଆଶିଷ ମିଶ୍ରା !

କୁଆଡେ ଗଲେ ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ? ଲଖିମ୍‌ପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି କ୍ରାଇମ୍‌ ବ୍ରାଞ୍ଚର ନିକଟରେ ଉପସ୍ଥିତ ହୋଇନାହାଁନ୍ତି । ଯାହା ଏବେ କାହାକୁ ଜଣାନାହିଁ ।