• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Worlds biggest nose
ଦୁନିଆର ସବୁଠାରୁ ଲମ୍ବା ନାକ; ଲମ୍ବ ସାଢେ ତିନି ଇଞ୍ଚ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅଜବ ପ୍ରତିଭା ନେଇ ରେକର୍ଡ ତିଆରି କରିଛନ୍ତି। ସେହିଭଳି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଜନ୍ମରୁ ଏମିତି କିଛି ଫିଚର ନେଇ ଆସିଥାନ୍ତି ଯାହା ଦ୍ୱାରା ତାଙ୍କର ନାମ ୱାର୍ଲ୍ଡ ରେକର୍ଡର ଖାତାରେ ସାମିଲ୍ ହୋଇ ରହିଯାଏ। ଏହି ଫିଚର ତାଙ୍କୁ ଭଗବାନଙ୍କ ତରଫରୁ ମିଳିଥାଏ ବୋଲି କୁହାଯାଏ।

Health Benefits of Pear
ଓଜନ ହ୍ରାସ କରାଏ ନାସପାତି,ଜାଣିବା ଏହାର ଲାଭଦାୟକ ଗୁଣ

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଫଳ ସେବନ ଅତ୍ୟନ୍ତ ଜରୁରୀ ଅଟେ । ଫଳରୁ ଶରୀରକୁ ବିଭିନ୍ନ ଭିଟାମିନ୍ ମିଳିଥାଏ । ସେହିପରି ଏକ ଫଳ ହେଉଛି ନାସପାତି । ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ନାସପାତି । ନାସପାତିରେ କ୍ୟାଲୋରୀ ପରିମାଣ ବହୁତ କମ୍, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ପ୍ରଚୁର ପରିମାଣରେ ଫାଇବରର ଅଛି ଯାହା ହଜମ ଶକ୍ତି ବଢ଼ାଇଥାଏ ।

Mumbai Drugs Case
ଅଭିଯୋଗ ଭିତ୍ତିହୀନ, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: NCB

ଦିନକୁ ଦିନ ଅଧିକ ଜଟିଳ ହେଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି NCB ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ NCB ଓ ଏହାର ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ । ଏନେଇ NCB ପକ୍ଷରୁ କଡା ଜବାବ ଦିଆଯାଇଛି ।

Elderly seen playing flute wrote I am not a beggar
ବୃଦ୍ଧଙ୍କ ବଂଶୀ ସ୍ୱନ, କିଣୁଛି ଜନ ମନ

ସବୁ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଥାଏ। ନିଜର ଏହି ପ୍ରତିଭାକୁ ଦେଖେଇବା ପାଇଁ କୌଣସି ବୟସ ସୀମା ବା ସ୍ଥାନ, କାଳ, ପାତ୍ରର ଆବଶ୍ୟକତା ଦରକାର ହୁଏ ନାହିଁ। ଏନେଇ ଏଭଳି ଅନେକ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ଦେଖାଯାଏ। ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଛି।

power crisis
୨ ଦିନ ପରେ ଅନ୍ଧାର ହୋଇଯିବ ଦିଲ୍ଲୀ !

ଦୁଇ ଦିନ ପରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ? ଏକଥା ଆମେ ନୁହେଁ ଖୋଦ୍‌ ଦିଲ୍ଲୀର ଜଣେ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ କୋଇଲା ଅଭାବ ଦେଖାଯାଇଛି। ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ଆବଶ୍ୟକୀୟ କୋଇଲା ନମିଳିଲେ ତେବେ ପରିସ୍ଥିତି ସଙ୍ଗୀନ ହୋଇପାରେ ଅର୍ଥାତ୍‌ ଦିଲ୍ଲୀରେ ଅନ୍ଧାର ମାଡ଼ିଆସିବ।

AIIMS recruitment 2021
ଏମ୍ସରେ ଖାଲି ପଡ଼ିଛି ୧୬୨ଟି ଫାକଲ୍ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AIIMSରେ ଖାଲି ପଡ଼ିଛି ୧୬୨ ଫାକଲ୍ଟି ପଦବୀ । ସମସ୍ତ ଫାକଲ୍ଟି ପଦବୀ ପାଇଁ ଗୌହ୍ୱାଟିରେ ନିଯୁକ୍ତି ମିଳିବ। ପଦବୀ ମଧ୍ୟରେ ପ୍ରଫେସର ପଦବୀ ପାଇଁ ୩୧ଟି, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ୨୨ଟି, ଆସୋସିଏଟ ପ୍ରଫେସର ପାଇଁ ୩୫ଟି ଏବଂ ୭୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ଆବେଦନ କରାଯାଇଛି ।

 Mette Frederiksen and Narendra Modi
“ପ୍ରେରଣାର ଉତ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ”

ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଥିବା ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକ୍ସନ୍ ଶନିବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ମେଟେ ମୋଦୀଙ୍କର ବିଦେଶ ନୀତିକୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସମୀକ୍ଷା କରିବା ଦିଗରେ ଆଲୋଚନା କରିଥିଲେ ।

Mamata Banerjee
କଂଗ୍ରେସ କନ୍ଦଳ ପଛରେ ମମତା !

କଂଗ୍ରେସ-ତୃଣମୂଳ କଂଗ୍ରେସ ମଧ୍ୟରେ ବଢୁଛି ବିବାଦ। କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କଂଗ୍ରେସ ଦଳରେ ଲାଗୁଥିବା କନ୍ଦଳ ପାଇଁ ସେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଏହାସହ ସେ କହିଛନ୍ତି ନିଜାର ରାଜନୈତିକ ଉଦ୍ଦେଶ୍ୟ ପାଇଁ ମମତା ଏପରି ହୀନ ରାଜନୀତି କରୁଛନ୍ତି।

Amazing jugaad to climb electric pole
ଅଦ୍ଭୁତ ଚପଲ; ଆପଣ ବି ପିନ୍ଧିଲେ ଚଢିଯିବେ ଖମ୍ବ

ଭାରତର ଲୋକେ ଯୋଗାଡ (ପୁରୁଣା ଜିନିଷକୁ ବ୍ୟବହାର କରି ଭିନ୍ନ ଜିନିଷ ତିଆରି କରିବା) କ୍ଷେତ୍ରରେ ସବୁଠୁ ଆଗରେ। ସେଥିପାଇଁ ଅନେକ ସମୟରେ ଭାରତକୁ ଯୋଗାଡର ଦେଶ ମଧ୍ୟ କୁହାଯାଏ। ଏହି ଯୋଗାଡରୁ ମଧ୍ୟ ନୂଆ ଉଦ୍ଭାବନ ହୋଇଛି। କିଛିଦିନ ହେବ ସୋସିଆଲ ମିଡିଆରେ ବି ଏମିତି କିଛି ମଜ୍ଜାଳିଆ ଓ ଆଶ୍ଚର୍ଯ୍ୟ କରିବା ଭଳି ଜିନିଷର ଭିଡିଓ ଭାଇରାଲ୍ ହେଉଛି।

Blind man selling banana chips
ଆଖିରେ ଆଉ ଜ୍ୟୋତି ନାହିଁ, କିନ୍ତୁ ଛାଡୁ ନାହାନ୍ତି ବେଉସା

କଠୋର ପରିଶ୍ରମ ଓ ସମର୍ପଣ ଭାବ କେବେ ବି ବେକାର ଯାଏନି। ଏପରି କଷ୍ଟଦାୟକ ସମୟରେ ବି କଠୋର ପରିଶ୍ରମ କରିବାକୁ ପଡେ। ଏବେ ସୋସିଆଲ୍ ମିଡିଆରେ ଏକ ଦୃଷ୍ଟିହୀନ ବୃଦ୍ଧଙ୍କର ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓ ହେଉଛି ଏହାର ପ୍ରମାଣ। ଏହି ବୃଦ୍ଧ ଜଣକ ନିଜର ଦୃଷ୍ଟିଶକ୍ତି ହରେଇ ବସିଛନ୍ତି, ତଥାପି ସେ ପ୍ରତିଦିନ ପରିଶ୍ରମ କରୁଛନ୍ତି। ବୃଦ୍ଧଙ୍କର ଏହି ଭିଡିଓ ଦେଖିଲା ପରେ ଅନେକ ତାଙ୍କ କଠୋର ପରିଶ୍ରମର ପ୍ରଶଂସା କରୁଛନ୍ତି।

Heavy rain fall in Hydrabad
ପାଣିରେ ଉବୁଟୁବୁ ହାଇଦ୍ରାବାଦ,କ୍ୟାଫେ ଭିତରେ ଆଣ୍ଠୁଏ ଉଚ୍ଚର ପାଣି

ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସରୁରନଗର ଅଂଚଳରେ ସବୁଠାରୁ ଅଧିକ ୧୩ ସେଣ୍ଟିମିର ବର୍ଷା ରେକର୍ଡ କରାଯାଇଛି । ଗତକାଲି ସଂଧ୍ୟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା ।

lakhimpur-kheri-violence
ବିଜେପି ବିଧାୟକଙ୍କ ସହ ସ୍କୁଟିରେ ବସି କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ପହଞ୍ଚିଥିଲେ ଆଶିଷ୍‌ !

ଉତ୍ତରପ୍ରଦେଶ ଲଖିମପୁର ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଲଖିମପୁର ହିଂସା ମାମଲାରେ ଅଭିଯୁକ୍ତ କୁହାଯାଉଛି । ଆଶିଷ ମିଶ୍ରା ଆଜି କ୍ରାଇମବ୍ରାଞ୍ଚ୍‌ ପାଖରେ ହାଜର ହୋଇଛନ୍ତି, ଯେଉଁଠାରେ ତାଙ୍କୁ ନିରନ୍ତର ପଚରାଉଚରା ମଧ୍ୟ କରାଯାଉଥିବା ସୂଚନା ମିଳିଛି

india coronavirus update 25 september 2021
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୧୯ ହଜାର ସଂକ୍ରମିତ ଚିହ୍ନଟ

ଦେଶରେ ଆଜି କମିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୯,୭୪୦ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୪୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୯,୩୫,୩୦୯ରେ ପହଞ୍ଚିଛି ମୋଟ୍‌ ସଂକ୍ରମଣଙ୍କ ସଂଖ୍ୟା। ସେହିପରି ଭାବରେ ମୃତକଙ୍କ ସଂଖ୍ୟା ୪,୫୦,୩୭୫ରେ ପହଞ୍ଚିଛି।

Aryan Khan
ବିଜେପି ସହ କଥା ହୋଇଥିଲେ କି ଏନସିବି ଅଧିକାରୀ ଓ୍ୱାଙ୍ଖଡ଼େ?

ଦିନକୁ ଦିନ ଅଧିକ ଘନଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି ଏନସିବି ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ ଏନସିବି ଓ ଏହାର ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ

Malaika Arora ramp walk as super model
ମଲାଇକାଙ୍କ ସୁପର ମଡେଲ୍ ଚାଲି ଲୋକଙ୍କ ହୃଦୟ କିଣିଲା

ଆଜିକାଲି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ପିଲ୍ମ ଦୁନିଆରେ ସକ୍ରିୟ ନାହାନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ସେ ତାଙ୍କର ଜଲ୍‌ୱା ଦେଖିଚାଲିଛନ୍ତି। ତାଙ୍କର ସବୁ ପୋଷ୍ଟଗୁଡିକ ଅନ୍ୟ ତାରକାମାନଙ୍କ ତୁଳାନରେ ଖୁବ୍ ଜୋର୍‌ରେ ଭାଇରାଲ ହୁଏ। ନିକଟରେ ମଲାଇକା ସୋସିଆଲ୍ ମିଡିଆରେ ଆଉ ଏକ ନୂଆ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ କୌଣସି ଏକ ବ୍ୟୁଟି କାର୍ଯ୍ୟକ୍ରମରେ ଥିବା ଦେଖାଯାଆନ୍ତି।

jhalawar-crime-news-if-girl-did-not-talk-then-mad-lover-killed-her-murder-surrender-police
କଥାବାର୍ତ୍ତା ନ ହେବାରୁ ପ୍ରେମିକାକୁ ହତ୍ୟା କରି ଆତ୍ମସମର୍ପଣ କଲେ ଯୁବକ

କଥାବାର୍ତ୍ତା ନ କରିବାରୁ ପ୍ରେମିକର ହତ୍ୟା କରିଛନ୍ତି ଯୁବକ । ହତ୍ୟାକାଣ୍ଡ କରି ରାଜସ୍ଥାନର ଝାଲାବାଡ୍ ଜିଲ୍ଲାର ପିଡାୱା ଥାନାରେ ଆତ୍ମସମର୍ପଣ କଲେ ଯୁବକ । ପିଡାୱା ଥାନା ନିକଟାବର୍ତ୍ତୀ ଅଞ୍ଚଳରେ ଥିବା ବାକି ପୁର ଗାଁର ନିବିସୀ ଜୁବେର ଖାନ୍‌ ନାମକ ଜଣେ ଯୁବକ ନିଜ ଗାଁର ଝିଅ ପୂଜା ମେହେରଙ୍କ ସହ ଏକପାଖିଆ ପ୍ରେମ କରୁଥିଲେ।

Wife Sunita got work done by Govinda
ଗୋବିନ୍ଦାଙ୍କ ଦ୍ୱାରା ନିଜର ସବୁ କାମ କରାନ୍ତି ସୁନିତା ଆହୁଜା

ଯଦି ବଲିଉଡରେ କ୍ୟୁଟେଷ୍ଟ ଦମ୍ପତ୍ତିଙ୍କ କଥା ଉଠେ ତେବେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ନାମ ନିଶ୍ଚୟ ଆସିବ। ଗୋବିନ୍ଦା କିଛି ବର୍ଷ ପୂର୍ବରୁ ସୁନିତାଙ୍କୁ ପ୍ରେମ ବିବାହ କରିଥିଲେ। ବର୍ତ୍ତମାନ ମଧ୍ୟ ସେମାନଙ୍କ ମଧ୍ୟ ପ୍ରେମ ପୂର୍ବ ପରି ରହିଛି। ଆଜି ସେମାନଙ୍କ ମଧ୍ୟ ଭଲ ସମ୍ପର୍କ ରହିବା ସେମାନଙ୍କ ଦ୍ୱାରା ସୋସିଆଲ୍ ମିଡିଆରେ ଶେୟାର ହେଉଥିବା ବିଭିନ୍ନ ଭିଡିଓରୁ ଜଣାଯାଏ। କିଛି ଦିନ ପୂର୍ବରୁ ଗୋବିନ୍ଦା ଓ ତାଙ୍କ ପତ୍ନୀ କପିଲ ଶର୍ମା ଶୋ’କୁ ଆସିଥିଲେ, ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦେଖାଯାଏ।

miss-universe
ଦୁବାଇରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ 'ମିସ୍ ୟୁନିଭର୍ସ ୟୁଏଇ' ପ୍ରତିଯୋଗିତା;ଭାଗ ନେଇପାରିବେ ଭାରତୀୟ ଯୁବତୀ

ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠାନ କରିବ ଦୁବାଇ । ଏନେଇ ବୁର୍ଜ ଖଲିଫାର ଅରମାନି ରିଷ୍ଟୋରାଣ୍ଟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ଏବଂ ଇଉଜିନ୍ ଇଭେଣ୍ଟ ପକ୍ଷରୁ ଏହାର ଘୋଷଣା କରାଯାଇଛି ।

Swara Bhasker tweets on lakhimpur violence
ନିଶା ଖାଇ ଜେଲରେ ଆର୍ଯ୍ୟନ, କିନ୍ତୁ ହତ୍ୟାକରି ଘରେ ଆରାମ କରୁଛି ମନ୍ତ୍ରୀ ପୁଅ

ସାରା ଦେଶରେ ବର୍ତ୍ତମାନ ଦୁଇଟି ଖବର ଚର୍ଚ୍ଚାରେ ରହିଛି। ଗୋଟିଏ ହେଉଛି ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ଅନ୍ୟଟି ହେଉଛି ଉତ୍ତର ପ୍ରଦେଶର ଲଖିମପୁର ହିଂସା ଘଟଣା। ଆର୍ଯ୍ୟନଙ୍କ ମାମଲାକୁ ନେଇ ବଲିଉଡର ଅନେକ କଳାକାରମାନେ ସ୍ୱର ଉଠେଇ ଆସୁଛନ୍ତି। ବର୍ତ୍ତମାନ ସ୍ୱରା ଭାସ୍କର ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Lord Sanidev
ରାଶି ଅନୁସାରେ କରନ୍ତୁ ଶନିଦେବଙ୍କ ପୂଜା,ଶନି ଦଷାରୁ ମିଳିବ ମୁକ୍ତି

ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ଶନି ଦୋଷରୁ ମୁକ୍ତି ପାଇବା ପାଇଁ ୭ଟି ଶନିବାର ଶନିଦେବଙ୍କୁ ପୂଜା କରାଯାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଶନିବାର ଦିନ ସବୁ ରାଶିର ଅଲଗା ଅଲଗା ପୂଜା କରିବାର ବିଧି ରହିଛି ।

ncb-raid-continues-in-mumbai-bandra-area-another-drug-peddler-detained
ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲା; ବିଭିନ୍ନ ସ୍ଥାନରେ ଏନ୍‌ସିବିର ଚଢାଉ

ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟିକୁ ନେଇ ଏନସିବିର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଏଥିରେ ଫିଲ୍ମ ପ୍ରଯୋଜକ ଇମତିଆଜ ଖତ୍ରୀଙ୍କ ବାସଭବନ ଓ ତାଙ୍କ ଅଫିସ ଉପରେ ଏନସିବି ଟିମ୍ ରେଡ୍ କରିଛି ।

 Ashish Mishra
ୟୁପି ଲଖିମପୁର ଖେରି ହିଂସା ମାମଲା : କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହେଲେ ଆଶିଷ ମିଶ୍ରା

କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ବାପାଙ୍କ ସହ କ୍ରାଇମ ବ୍ରାଞ୍ଚରେ ହାଜର ହୋଇଛନ୍ତି ଆଶିଷ ମିଶ୍ରା 

Daily Horoscope, 21 Sept 2021
Daily Horoscope,9 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର, ୯ ତାରିଖ, ଶନିବାର, କନ୍ୟା ୨୩ ଦିନ ଆଶ୍ୱିନ ମାସ, ଶୁକ୍ଳ ପକ୍ଷ, ତୃତୀୟା ଭୁକ୍ତ ଚତୁର୍ଥୀ ତିଥି, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Facebook, Instagram, Messenger, and WhatsApp down again for some users
ପୁଣି ଅଚଳ ହେଲା Facebook, Instagram, WhatsApp : ବିଳମ୍ବିତ ରାତ୍ରିରେ ୟୁଜର୍ସଙ୍କୁ କ୍ଷମା ମାଗିଲା ଫେସବୁକ୍

ବୈଷୟିକ ତ୍ରୁଟିର ସମାଧାନ ପରେ ଅନ୍ୟ ଏକ ଟ୍ୱିଟ୍ କରିଥିଲେ ଫେସବୁକ୍ କର୍ତ୍ତୃପକ୍ଷ । ଗତ କିଛି ଘଣ୍ଟା ଧରି ଫେସବୁକ୍ ସେବା ଯୋଗାଇ ପାରିନଥିଲା, ଏଥିପାଇଁ ଆମେ ଦୁଃଖିତ । ପରିବାର ତଥା ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗ କରିବା ପାଇଁ ଆପଣ ସୋସିଆଲ ମିଡ଼ିଆରେ ଉପରେ କେତେ ନିର୍ଭରଶୀଳ ସେ ସର୍ମ୍ପକରେ ଆମେ ଅବଗତ ।

Petrol price today
ଦେଶରେ ଲଗାମ୍‌ଛଡା ପେଟ୍ରୋଲ ଦର !

ତେଲ ଦରରେ ଲାଗୁନି ଲଗାମ୍‌ । ଲଗାତାର କିଛି ଦିନ ହେବ ତେଲ ଦର ବଢିବାରେ ଲାଗିଥିବାବେଳେ ଆଜି ପୁଣି ବଢିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହା ଫଳରେ ସାଧାରଣ ଲୋକମାନଙ୍କ ଚଳିବା କଷ୍ଟକର ହୋଇପଡୁଛି ।