ଆପଣମାଣେ କ’ଣ କେବେ ଦୁଇ ଚକରେ ଅଟୋ-ରିକ୍ସା ଚାଲିବା ଦେଖିଛନ୍ତି କି? ଏହି ପ୍ରଶ୍ନ ଶୁଣି ଆପଣମାନେ ନିଶ୍ଚିତ କହିବେ ଯେ ଏହା କିପରି ସମ୍ଭବ? କିନ୍ତୁ ଏହି କଥା ସତ। ଚେନ୍ନାଇର ଜଣେ ବ୍ୟକ୍ତି ଏଭଳି ଚମତ୍କାର କରି ଗିନିଜ୍ ବୁକ୍ରେ ନିଜ ନାମକୁ ସାମିଲ୍ କରିଛନ୍ତି।
ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଶୁଭ ଓ ଅଶୁଭର ଖୁବ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ସମୟ ଓ ଶୁଭ ବାର ଦେଖାଯାଇଥାଏ । ଏହି ସବୁ କାରଣରୁ ମଣିଷକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ବାର ଅନୁସାରେ କାର୍ଯ୍ୟ କରିବା ଉଚିତ୍ । ବାର ଅନୁସାରେ କାର୍ଯ୍ୟକଲେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ ବୋଲି ବିବେଚନା କରାଯାଏ ।
ଦେଶରେ ପ୍ରତିଭାର କୌଣସି ଅଭାବ ନାହିଁ। ଭାରତୀୟମାନଙ୍କର ବୈଷୟିକ ଜ୍ଞାନ ସାରା ଦୁନିଆ ଜାଣିଛି। ଭାରତୀୟଙ୍କ ଏହି କୌଶଳ ସାମ୍ନାରେ ଅନେକ ମଧ୍ୟ ହାର ମାନନ୍ତି। ଏହି ପ୍ରତିଭା ପାଇଁ କୌଣସି ଡିଗ୍ରୀ କିମ୍ବା ଡିପ୍ଲୋମାର ଆବଶ୍ୟକତା ନାହିଁ। କିଛି ଲୋକଙ୍କ ପାଖରେ ଏହି କୌଶଳ ଏତେମାତ୍ରାରେ ଥାଏ ଯେ ବଡ ବଡ ମେକାନିକାଲ୍ ଇଂଜିନିୟରମାନେ ବି ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।
ସୋସିଆଲ ମିଡିଆ ଏପରି ଏକ ପ୍ଲାଟ୍ଫର୍ମ ହୋଇଯାଇଛି ଯେଉଁଠି କିଛିଦିନ ହେବ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ବିହାହର ଅନେକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ଦେଖାଯାଇଛି। ନାଚ-ଗୀତ ଠାରୁ ଆରମ୍ଭ କରି ବରଯାତ୍ରୀ ଓ ବିବାହ ମଣ୍ଡପ ପର୍ଯ୍ୟନ୍ତ। ହିନ୍ଦୁ ବିବାହରେ କନ୍ୟାର ପ୍ରବେଶକୁ ନେଇ ମଧ୍ୟ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି। ଏଗୁଡିକ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଛି।
ମୋଦି ଜଣେ ସର୍ବୋତ୍ତମ ଗଣତାନ୍ତ୍ରିକ ନେତା । ସରକାର ଚଳାଇବା ପାଇଁ ନୁହେଁ, ଦେଶ ବଦଳାଇବା ଉଦ୍ଦେଶ୍ୟରେ ସତ୍ତାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଦି ଚଳିତ ସପ୍ତାହରେ ଜନସେବାରେ ତାଙ୍କର ୨୦ ବର୍ଷ ପୂରଣ କରିଛନ୍ତି । ଏହାସହ ମୋଦିଙ୍କୁ ତାନାଶାହା କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି ଗୃହମନ୍ତ୍ରୀ
ଆଜିକାଲି ସଲମାନ ଖାନ ତାଙ୍କ ରିୟଲିଟି ଶୋ ‘ବିଗ୍ ବସ୍ ୧୫’କୁ ନେଇ ଚର୍ଚ୍ଚାର ପରିସରରେ ଅଛନ୍ତି। ପୂର୍ବ ମାସରେ ସଲମାନ୍ ‘ଟାଇଗର୍ ୩’ର ଇଣ୍ଟରନେସ୍ନାଲ୍ ସୁଟିଂ ଶେଷ କରି ମୁମ୍ବାଇ ଫେରିଥିଲେ। ଏବେ ସେ ବିଗ୍ ବସ୍କୁ ନେଇ ଖୁବ୍ ବ୍ୟସ୍ତ ରହୁଥିବା ଦେଖାଯାଏ। ଏହି ଶୋ’ରେ ପ୍ରାୟ ସମୟରେ କେହି ନା କେହି ନୂଆ କଳାକାର ଯୋଗ ଦିଅନ୍ତି ଓ ସଲମାନଙ୍କ ସହ ମସ୍ତି କରନ୍ତି। ଏଥର ମଧ୍ୟ ସେମିତି ହୋଇଥିଲା। ଏହି ଶନିବାର ସଲମାନ ଖାନ୍ ସିଜନ୍ର ପ୍ରଥମ ୱିକେଣ୍ଡ କା ଭାର୍କୁ ହୋଷ୍ଟ କରିଥିଲେ। ଏଥିରେ ଶ୍ରୀଲଙ୍କା କଣ୍ଠଶିଳ୍ପୀ ୟୋହାନୀ ଅଂଶଗ୍ରହଣ କରିଥିଲେ।
ଗତକାଲି ଦିଲ୍ଲୀର ଉପ ରାଜ୍ୟପାଳ'ସମ୍ଭାବ୍ୟ ବିଦ୍ୟୁତ ସଙ୍କଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ବିଷୟରେ କାଲି ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନା ପରେ ଆର.କେ ସିଂ କହିଥିଲେ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏପରି ସଙ୍କଟ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ସେହିପରି ଶକ୍ତିମନ୍ତ୍ରୀ କହିଛନ୍ତି, 'ଆଜି BSES, NTPC ଏବଂ ଶକ୍ତି ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଏକ ବୈଠକ ହୋଇଥିଲା ।
ପ୍ରତିଦିନ ଯୋଗାଭ୍ୟାସ କଲେ ଶରରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ତେବେ ଯୋଗ କରିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଯୋଗ ମଧ୍ୟରେ କପାଳଭାତି ପ୍ରାଣାୟମ ଏକ ଶକ୍ତିସାଳୀ ଉଚ୍ଚ ଉଦର ଶ୍ୱାସକ୍ରିୟା ସଂପନ୍ନ ପ୍ରାଣାୟମ ଅଟେ । କପାଳର ଅର୍ଥ ମସ୍ତିଷ୍କ ଓ ଭାତିର ଅର୍ଥ ହେଉଛି ସ୍ୱଚ୍ଛତା । ଅର୍ଥାତ କପାଳଭାତି ଏପରି ଏକ ପ୍ରାଣାୟାମ ଯାହା କରିବା ଦ୍ୱାରା ମସ୍ତିଷ୍କ ସୁସ୍ଥ, ଚିନ୍ତାମୁକ୍ତ ରହିବା ସହ ମସ୍ତିଷ୍କର କାର୍ଯ୍ୟ ସଠିକ୍ ଭାବେ ହୋଇଥାଏ ।
ବଲିଉଡ୍ର ବ୍ୟସ୍ତ କଳାକାରମାନଙ୍କ ମଧ୍ୟରେ ସିଂହଳ ସୁନ୍ଦରୀ ଜ୍ୟାକ୍ଲୀନ୍ ଫର୍ଣ୍ଣାଡିସ୍ ଜଣେ। ଜ୍ୟାକ୍ଲୀନ୍ ସବୁବେଳେ ନିଜକୁ ଚଳଚଞ୍ଚଳ ରଖିବା ନେଇ ପସନ୍ଦ କରନ୍ତି। ଆଜିକାଲି ସେ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କ ସହିତ ଫଟୋସୁଟ୍ ଶେୟାର କରୁଥିବା ନଜର ଆସନ୍ତି। ତାଙ୍କ ଫଟୋ ଓ ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଥିବା ବେଳେ ଭାଇରାଲ ମଧ୍ୟ କରନ୍ତି।
ଶୋ’ର ଗ୍ରାଣ୍ଡ୍ ଫାଇନାଲ୍ରେ ପହଞ୍ଚିଥିବା ଅନ୍ୟ ୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକେଇ ପ୍ଲୋରିନା ଗୋଗୋଇ ‘ସୁପର୍ ଡ୍ୟାନ୍ସର ଚାପ୍ଟର୍ ୪’ର ଟାଇଟଲ୍କୁ ନିଜ ନାମରେ କରିନେଇଛନ୍ତି। ତେବେ ଶୋ’ର ଟପ୍ ଫାଇନାଲ୍ରେ ଆସାମର ଫ୍ଲୋରିନା ଗୋଗୋଇଙ୍କ ବ୍ୟତୀତ, ନୂଆଦିଲ୍ଲୀର ଈଶା ମିଶ୍ରା, ପଞ୍ଜାବର ସଞ୍ଚିତ୍ ଚନ୍ନା, କର୍ଣ୍ଣାଟକର ପୃଥ୍ୱୀରାଜ, ମଧ୍ୟପ୍ରଦେଶର ନୀରଜ ସାମିଲ୍ ଥିଲେ। ଫ୍ଲୋରିନା ଟ୍ରଫି ସହିତ ୧୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଜିତିଛନ୍ତି। ଏହି ଖୁସିରେ ଗୁରୁ ଦକ୍ଷିଣା ଭାବରେ ୫ ଲକ୍ଷ ଟଙ୍କା ତାଙ୍କ ସୁପର୍ ଗୁରୁଙ୍କୁ ଦେଇଛନ୍ତି।
ଅଜଗର। ନାଁ ଶୁଣିଲେ ଲାଗେ ଡ଼ର। କାରଣ ଏହି ସାପଟି ଅତି ସହଜରେ କାହାକୁ ବି ଗିଳିଦେଇପାରେ। ତେଣୁ ଅଜଗର ନାଁ ଶୁଣିବା ମାତ୍ରେ ଲୋକେ ଭୟଭୀତ ହେବା ସ୍ୱାଭାବିକ କଥା। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କେମିତି ସମ୍ଭବ? ଆଜ୍ଞା ହଁ, ଅବିଶ୍ୱାସ ଲାଗିଲେ ବି ଘଟଣା ପୂରା ସତ।
ଦେଶରେ ଆଜି ବି କମ୍ ରହିଛି ଦୈନିକ ସଂକ୍ରମଣର ଟ୍ରେଣ୍ଡ୍। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୮,୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୫୩,୪୭୫ରେ ପହଞ୍ଚିଛି
ମୋବାଇଲ ଫିଟାଇ ଦେଲା ଗୁମର । ମୋବାଇଲ ହିଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଦବଙ୍ଗ ପୁଅ ଆଶିଷ ମିଶ୍ରାଙ୍କୁ ଧରାଇ ଦେଇଛି । ଲଖିମପୁର ହିଂସା ନେଇ ଗତକାଲି ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । କିନ୍ତୁ ସେ ଅଧିକାଂଶ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ । ଠିକରେ ଉତ୍ତର ଦେଇନଥିଲେ । ପଚରାଉଚରା ବେଳେ ସେ ପୋଲିକୁ କୌଣସି ପ୍ରକାର ସହଯୋଗ କରୁନଥିଲେ
ମାତ୍ର ୪ ଘଂଟା କାମ କରିବେ ଆଉ ମାସକୁ ୭୦ ହଜାର ଟଙ୍କାର ଦରମା ପାଇବେ। ହୁଏତ ଏହି କଥା ଶୁଣିବା ପରେ ଆପଣ କହିବେ, ମାତ୍ର ୪ ଘଂଟା କାମ କଲେ ମାସକୁ ୭୦ ହଜାର ଦେବ କିଏ? କିନ୍ତୁ ଏହା ପୂରା ସତ।
କଂଟ୍ରୋଲ ନୁହେଁ ବରଂ ଘରେ ରାସନ ପହଞ୍ଚାଇବାକୁ ଉଦ୍ୟମ କରୁଥିଲେ ଦିଲ୍ଲୀ ସରକାର। ଅର୍ଥାତ୍ ଏବେ ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରେ ନୁହେଁ ବରଂ ଖାଉଟିମାନେ ନିଜ ନିଜ ଘରେ ରାସନ ପାଇବେ ବୋଲି ଦିଲ୍ଲୀ ସରକାର କହିଥିଲେ।
ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ପିଠିରେ ତୈଳ ଚାବୁକ୍ । ପୁଣି ତେଲ ଦର ଆକାଶଛୁଆଁ । ଦେଶରେ ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସ ସିଲିଣ୍ଡରରେ ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଥମିବାର ନାଁ ନେଉନାହିଁ ।
ଭାରତର ସବୁ ଚାଷୀଙ୍କ ପାଇଁ ଆସିଲା ଜରୁରୀ ଖବର। ଯଦି ଆପଣ ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଫଟାଫଟ୍ ଦାଖଲ କରନ୍ତୁ ଏହି ସବୁ ଡକ୍ୟୁମେଣ୍ଟ । ନଚେତ ଆପଣଙ୍କ ହାତକୁ ଆସିବ ନାହିଁ ପିଏମ କିଷାନ କିସ୍ତି ଟଙ୍କା। ଆଉ ଏମିତି କଲେ ୨ ହଜାର ଟଙ୍କା ଜାଗାରେ ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହେବ ୪ ହଜାର ଟଙ୍କା
ଆଲୋଚନା ମାଧ୍ୟମରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ପୁଣି ବସୁଛି ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ। ଏହି ୧୩ତମ ବୈଠକ ଦିନ ସାଢ଼େ ୧୦ଟାରେ ଚୁଶୁଲ୍ ମୋଲ୍ଡୋରେ ଅନୁଷ୍ଠିତ ହେବ
ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ୧୧ ଘଣ୍ଟାକୁ ଉର୍ଦ୍ଧ୍ୱ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଗତକାଲି ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ
ଆଶିଷଙ୍କ ଆସିବା ନେଇ ପ୍ରାକ୍ ସୂଚନା ପାଇବା ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସ୍ ସାମ୍ନାରେ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହଠାତ୍ ଅଫିସ ସାମ୍ନାରେ ସ୍କୁଟରରେ ଦୁଇଜଣ ଆସିଥିଲେ।
ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ । LAC ବିବାଦକୁ ନେଇ ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ ବସିବ ।
ପ୍ରକାଶ ପାଇଲା ପଂଚାୟତ ନିର୍ବାଚନ ଲାଗି ଆସନ ସଂରକ୍ଷଣର ଚିଠା ତାଲିକା । ବ୍ଲକ୍ ଅଫିସରେ ଝୁଲୁଛି ଲିଷ୍ଟ କିନ୍ତୁ ତାଲିକାକୁ ନେଇ ଅନେକ ସ୍ଥାନରେ ଦେଖାଦେଇଛି ବିବାଦ । ଓ୍ୱାର୍ଡମେମ୍ବରରୁ ସରପଂଚ ଯାଏଁ ଓ ସମିତି ସଭ୍ୟରୁ ଜିଲ୍ଲା ପରିଷଦ ସଦସ୍ୟଙ୍କ ପର୍ଯ୍ୟନ୍ତ ଏହି ସଂରକ୍ଷଣର ଚିଠା ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି ।
ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ । ଏହାକୁ ଦେଖି ଲୋକେ ବେଶ ଆଶ୍ଚର୍ଯ୍ୟଚକିତ ହୋଇପଡନ୍ତି । ଏହିପରି ଏକ ଘଟଣା କେନିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ୪୫ ବର୍ଷର ଜଣେ ମାନସିକ ରୋଗୀ ବିସାଦଗ୍ରସ୍ତ ହୋଇ ଛୁରୀରେ ନିଜର ପ୍ରାଇଭେଟ୍ ପାର୍ଟ(ଗୁପ୍ତାଙ୍ଗ) କୁ କାଟି ଦେଇଛନ୍ତି ।
ମୁମ୍ବାଇରେ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ଆର୍ୟ୍ୟନ୍ ଖାନ୍ଙ୍କୁ ଗିରଫ କରାଯାଇଛି । ଆର୍ୟ୍ୟନ୍ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ବନ୍ଦୀ ରହିଛନ୍ତି। ପୁଅ ଆର୍ୟ୍ୟନ୍ଙ୍କ ପାଇଁ ଶାହରୁଖ ଖାନ୍ ବହୁତ ବଡ କ୍ଷତିରେ ପଡି ଯାଇଛନ୍ତି । ଆର୍ୟ୍ୟନ୍ ଜେଲ ଯିବା ପରେ Byju’s କଂପାନୀ ଶାହରୁଖ ଖାନଙ୍କ ସମସ୍ତ ବିଜ୍ଞାପନ ବନ୍ଦ କରି ଦେଇଥିବା ଜଣାପଡିଛି । ଆଗକୁ ହେବାକୁ ଥିବା ପ୍ରି ବୁକିଂ ବିଜ୍ଞାପନକୁ ମଧ୍ୟ ବନ୍ଦ କରିଛି Byju’s ।
ୟୁପିର ଲଖିନପୁର ଦୁର୍ଘଟଣାକୁ ନେଇ ଉଷ୍ମ ହେବାରେ ଲାଗିଛି ରାଜନୀତି। ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ୟୁପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ଆଜି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ କେମିତି ଚାଲିଛି? ସରକାର କଣ କରୁଛନ୍ତି ଏବଂ ଘଟଣାରେ ମାଷ୍ଟରମାଇଣ୍ଡ କିଏ ତାହାକୁ ନେଇ ଅନେକ କହିଛନ୍ତି