Advertisment

ଏହି ଦୋକାନରେ ମିଳୁଛି ସନ୍ନି ଲିଓନ୍ ଚପ୍

ମୁମ୍ବାଇ : ଅନେକ ସମୟରେ ଦେଖାଯାଏ ଯେ ବଲିଉଡ ସେଲିବ୍ରେଟଙ୍କ ପ୍ରଶଂସକମାନେ ନିଜ ପିଲାମାନଙ୍କୁ କଳାକାରଙ୍କ ନାମରେ ନାମିତ କରିବାକୁ ପ୍ରେରିତ ହୋଇଥାନ୍ତି। ଲୋକମାନେ ତାରକାମାନଙ୍କୁ ସେମାନଙ୍କର ପ୍ରେରଣା ଭାବରେ ବିବେଚନା କରନ୍ତି ଏବଂ ସେମାନଙ୍କ ପାଇଁ କିଛି କରିବାକୁ ପ୍ରସ୍ତୁତ…

author-image
Pramod Behera
ଏହି ଦୋକାନରେ ମିଳୁଛି ସନ୍ନି ଲିଓନ୍ ଚପ୍

2

ମୁମ୍ବାଇ : ଅନେକ ସମୟରେ ଦେଖାଯାଏ ଯେ ବଲିଉଡ ସେଲିବ୍ରେଟଙ୍କ ପ୍ରଶଂସକମାନେ ନିଜ ପିଲାମାନଙ୍କୁ କଳାକାରଙ୍କ ନାମରେ ନାମିତ କରିବାକୁ ପ୍ରେରିତ ହୋଇଥାନ୍ତି। ଲୋକମାନେ ତାରକାମାନଙ୍କୁ ସେମାନଙ୍କର ପ୍ରେରଣା ଭାବରେ ବିବେଚନା କରନ୍ତି ଏବଂ ସେମାନଙ୍କ ପାଇଁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ବିଗ୍ ବସ୍ ପରେ ବଲିଉଡରେ ନିଜର ପତିଆରାକୁ ଜମେ‍ଇ ରଖିଥିବା ସନ୍ନି ଲିଓନଙ୍କୁ ତାଙ୍କ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ମିଳୁଛି। ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୁଏ।

Advertisment

publive-image

ପ୍ରଶଂସକମାନଙ୍କଠାରୁ ମିଳୁଥିବା ଏହି ଭଲପାଇବାକୁ ଦେଖି ସନ୍ନି ଖୁସିରେ ଗଦ୍‌ଗଦ୍‌ ହୋଇପଡନ୍ତି। ନିକଟରେ ସନ୍ନି ତାଙ୍କର ଜଣେ କ୍ରେଜୀ ପ୍ରଶଂସକଙ୍କ ପାଗଳାମୀକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଯିଏକି ତାଙ୍କ ନାମ ଅନୁସାରେ ଚପ୍‌ର ଦୁଇଟି ଡିସ୍‌ର ନାମ ରଖିଛନ୍ତି।

publive-image

ସେନ୍‌ସୁଆଲ୍ ଅଭିନେତ୍ରୀ ସନ୍ନି ଲିଓନ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି। ନିକଟରେ, ସନ୍ନି ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ ହୋଇଥିବା ଦେଖିଥିଲେ। ଏହାକୁ ଦେଖିବା ପରେ ସେ ଏହାକୁ ସେୟାର କରିବାରେ ନିଜକୁ ଅଟକାଇ ପାରିଲେ ନାହିଁ। ସେ ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ଏହି ଫଟୋକୁ ସେୟାର କରିଥିଲେ। ଏହି ଫଟୋଟି ଦିଲ୍ଲୀର ଗୀତା କଲୋନୀରେ ଅବସ୍ଥିତ ଏକ ଚପ୍ ଦୋକାନର ଥିଲା।

Advertisment

publive-image

ଦୋକାନରେ ମିଳୁଥିବା କିଛି ବିଶେଷ ଡିସ୍‌ର ନାମ ଏହାର ବ୍ୟାନରରେ ଲେଖାଯାଇଛି। ଏଥି ମଧ୍ୟରୁ ଗୋଟିଏ ଡିସ୍‌ର ନାମ ସନ୍ନି ଲିଓନ୍ ଚପ ଭାବରେ ଲେଖାଯାଇଛି। ଏହା ସହିତ ସନ୍ନିଙ୍କ ଲୋକପ୍ରିୟ ଗୀତ ‘ବେବି ଡଲ୍’ ରେ ଅନୁପ୍ରାଣିତ ହୋଇ ବେବି ଡଲ୍ ଚପ ମଧ୍ୟ ରହିଛି। କେବଳ ଏତିକି ନୁହେଁ, ଏହି ଦୋକାନରେ ବୋଲ୍ଡ ଅଭିନେତ୍ରୀ ଏବଂ ମଡେଲ ମିଆ ଖଲିଫାଙ୍କ ନାମରେ ମଧ୍ୟ ଚପ୍ ମିଳୁଛି।

publive-image

ଏହି ଫଟୋ ସେୟାର କରି ସନ୍ନି ଲେଖିଛନ୍ତି- ‘LOL’।

publive-image

ସନିଙ୍କ ଇନଷ୍ଟା ଷ୍ଟୋରୀରେ ଏହି ଫଟୋ ଦେଖିବା ପରେ ଅଭିନେତ୍ରୀମାନଙ୍କ ସହିତ ପ୍ରଶଂସକମାନେ ମଧ୍ୟ ତାବୁଜ୍ ହେଉଛନ୍ତି।

publive-image

ଏହାପୂର୍ବରୁ ସନ୍ନି ଲିଓନ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଜଣେ କିମ୍ବା ଦୁଇଜଣ ନୁହଁନ୍ତି, ତିନିଜଣ ବ୍ୟକ୍ତି ଲାଗି ତାଙ୍କ ଡ୍ରେସ୍‌ର ଚେନ୍ ଦେବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡିଓରେ ସେ ଏକ ସୁନ୍ଦର ଗାଉନ୍ ପିନ୍ଧିଥିଲେ, କିନ୍ତୁ ସମସ୍ୟାଟି ହେଲା ସେଥିରେ ଥିବା ଚେନଟି ଦେଇହଉ ନ ଥିଲା। ଏହି ସମସ୍ୟାର ସମାଧାନ ପାଇଁ ସନି ଲିଓନଙ୍କ ପୂରା ଟିମ୍ ସେମାନଙ୍କ ପୂରା ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଇଥିଲେ, ତଥାପି ତାଙ୍କ ଗାଉନ୍ ପଛରେ ଥିବା ଚେନ୍‌ଟି ବନ୍ଦ ହୋଇ ପାରିଲା ନାହିଁ। ଅଭିନେତ୍ରୀଙ୍କ ଏହି ଭିଡିଓଟି ‘ଏମ୍‌ଟିଭି ସ୍ପ୍ଲିଟ୍ସଭିଲା’ର ​​ମେକଅପ୍ ରୁମ୍‌ରେ ଦୃଶ୍ୟମାନ ହେଉଛି, ଯେଉଁଠାରେ ଅଭିନେତ୍ରୀଙ୍କ ପୂରା ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଥିଲେ।

publive-image
Source : Times of India

ପ୍ରକାଶ ଥାଉଯେ ସନ୍ନି ଲିଓନ ଫିଲ୍ମ ‘ଜିସମ’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ‘ଜ୍ୟାକପଟ୍’, ‘ରାଗିଣୀ ଏମ୍ଏମ୍ଏସ୍ ୨’ ଏବଂ ‘ଏକ ପହେଲି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Advertisment
Advertisment