ଭୁବନେଶ୍ୱର: ମଣ୍ଡି ବନ୍ଦ, ମିଲର୍ସଙ୍କ ମନମାନି ଓ କଟ୍ନିଛଟ୍ନି ସମସ୍ୟାରେ ଚାଷୀ ଯେମିତି ଧନ୍ଦି ହେଉଛନ୍ତି, ପ୍ରତିଦିନ ତା’ର ନୂଆ ନୂଆ ଚିତ୍ର ସାମ୍ନାକୁ ଆସୁଛି। ହାଡ଼ଭଙ୍ଗା ଶୀତକୁ ଖାତିର ନ କରି ଚାଷୀମାନେ କେଉଁଠି ଆନ୍ଦୋଳନ ତ କେଉଁଠି ରାସ୍ତାରୋକ କରୁଛନ୍ତି। କାରଣ ବର୍ଷଯାକର ପରିଶ୍ରମ ତୁଳନାରେ...
ଶ୍ରୀନଗର: ଜମ୍ମୁଓ କଶ୍ମୀରର ଲଦାଖ ଅଞ୍ଚଳରେ ହିମସ୍ଖଳନ ଯୋଗୁ ବରଫଖଣ୍ଡ ଖସି ୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ଜଣ ଏବେ ବି ନିଖୋଜ ଅଛନ୍ତି। ଆଜି ସକାଳେ ଲଦାଖର ଖରଦୁଙ୍ଗ ଲା ପାସ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ଏଥିରେ କିଛି ଗାଡ଼ି ମଧ୍ୟ ଫସି ରହିଥିବା ଆଶଙ୍କା...
ମେଲବୋର୍ଣ୍ଣ: ଟେଷ୍ଟ ଭଳି ୱାନ୍ ଡେରେ ମଧ୍ୟ କମାଲ୍ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ମେଲବୋର୍ଣ୍ଣ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଭାରତ। ଏଥିସହିତ ଟେଷ୍ଟ ସିରିଜ୍ ଭଳି ଦିନିକିଆ ସିରିଜକୁ ମଧ୍ୟ କବ୍ଜା କରିନେଇଛି ଟିମ୍ ଇଣ୍ଡିଆ। ଭାରତ ଆଗରେ ଅଷ୍ଟ୍ରେଲିଆ ୨୩୧ରନର ବିଜୟ ଲକ୍ଷ୍ୟ...
ବେଙ୍ଗାଲୁରୁ: ମହାକାଶ ବିଜ୍ଞାନ ପ୍ରତି ଯୁବପିଢ଼ିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଏବେ ଯୁବ ବୈଜ୍ଞାନିକମାନଙ୍କୁ ତାଲିମ ଦେବ ଇସ୍ରୋ। ଏଥିପାଇଁ ପ୍ରତ୍ୟେକ ରାଜ୍ୟର ୩ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ, ଓ ଏମାନଙ୍କୁ ଶିକ୍ଷା...
ମେଲବୋର୍ଣ୍ଣ: ଇଣ୍ଡିଆ, ଅଷ୍ଟ୍ରେଲିଆ ମଧ୍ୟରେ ମେଲ୍ବୋର୍ଣ୍ଣରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍ର ଅନ୍ତିମ ମ୍ୟାଚ୍ରେ କମାଲ ଦେଖାଇଛନ୍ତି ଭାରତୀୟ ସ୍ପିନର ଯୁଜବେନ୍ଦର ଚହଲ। ତାଙ୍କର ଚମତ୍କାର ସ୍ପିନ୍ ଆଗରେ ଅଷ୍ଟ୍ରେଲିଆ ଘାଇଲା ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆ ୪୮ ଓଭର ୪ଟି ବଲ୍ ଖେଳି ୨୩୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି।...
ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଆଇପିଏସ୍ ସମ୍ମିଳନୀର ପ୍ରଥମ ଦିନରେ ଫୋକସ୍ରେ ଥିଲା ସାଧାରଣ ନିର୍ବାଚନ ପରିଚାଳନା ଓ ମାଓ ଦମନ ରଣନୀତି। ତା’ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଥିଲେ ପୁଲିସ୍ ଡିଜି। ୩ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସାଇବର୍ କ୍ରାଇମ୍ ଓ ସୋସିଆଲ୍...
ଭୁବନେଶ୍ୱର: କାଳିଆ ଯୋଜନା ପାଇଁ ପାଣ୍ଠିକୁ ନେଇ ବିବାଦ ଦେଖା ଦେଇଛି। କଣ୍ଟିନ୍ଜେନ୍ସି ଫଣ୍ଡ ବା ଆପଦକାଳୀନ ପାଣ୍ଠିରୁ ଟଙ୍କା ଦିଆଯିବାକୁ ନେଇ ଉଠିଛି ପ୍ରଶ୍ନ। ଆପଦକାଳୀନ ପାଣ୍ଠିରୁ ପ୍ରାୟ ୭୩୫ କୋଟି ଏହି ଯୋଜନାରେ ଖର୍ଚ୍ଚ ହେବ। ଏନେଇ ଅର୍ଥ ବିଭାଗ ମଞ୍ଜୁରୀ ଦେଇଛି। ଗତକାଲି ଜାତୀୟ...
ମୟୂରଭଞ୍ଜ: ହାତୀ ମୃତ୍ୟୁ ପରେ କାଳେ ଚାକିରୀ ଚାଲିଯିବ, ସେଥିପାଇଁ ମୃତହାତୀକୁ ପୋତି ଦେଇ ପ୍ରମାଣ ଲୁଚାଇବାକୁ ଚେଷ୍ଟା ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ୍ ଜିଲ୍ଲା କପ୍ତିପଦା ରେଞ୍ଜ୍ ଶାରିଶୁଆ ବିଟ୍ ହାଉସ୍ ଅଧୀନ ରାଇ ପାହାଡ଼ରେ। ଏହି ଅଞ୍ଚଳରେ ଡ୍ୟୁଟିରେ ଥିବା ମହିଳା...
ଭୁବନେଶ୍ୱର: ନବ ଦାସ ବିଜେଡିରେ ମିଶିବା ପାଇଁ ସମସ୍ତ ପ୍ରସ୍ତୁତି ସରିବାକୁ ଥିବା ବେଳେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ନେଇ ବିଜେଡିର ଚିନ୍ତା ବଢ଼ିଛି। କିଶୋରଙ୍କୁ ମନାଇବା ପାଇଁ ବିଜେଡିର ଏକ ଟିମ୍ ଲାଗିଥିବା ଜଣାପଡ଼ିଛି। ଆଜି ଝାରସୁଗୁଡ଼ାର ଏକ ହୋଟେଲ୍ରେ...
ନୂଆଦିଲ୍ଲୀ: ସ୍ୱାଇନ୍ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏମ୍ସର ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ଏ ସମ୍ପର୍କରେ ଅମିତ...
ଭୁବନେଶ୍ୱର: ଜାନୁଆରୀ ୨୫ ତାରିଖରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାରେ ସହାୟତା। ପ୍ରାୟ ୧୨ରୁ ୧୪ ଲକ୍ଷ ଚାଷୀଙ୍କୁ ତାଲିକା ଯାଞ୍ଚ ପରେ ସହାୟତା ପ୍ରଦାନ କରାଯିବ ବୋଲି ସମବାୟ ସଚିବ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ଗ୍ରୀନ୍ ଫର୍ମ ଆବେଦନ ଶେଷ ହୋଇଛି। ପ୍ରାୟ ୬୦ଲକ୍ଷ ଚାଷୀ...
ଭୁବନେଶ୍ୱର: କୋଲକାତାରୁ ଭୁବନେଶ୍ୱରକୁ ବେଆଇନ କଏନ୍ ଚାଲାଣ ଘଟଣାର ଖୋଳତାଡ଼ କରୁଛନ୍ତି ଜିଏସ୍ଟି କର୍ତ୍ତୃପକ୍ଷ। କିଏ ଓ କାହିଁକି ଏତେ ପରିମାଣର କଏନ୍ ଆଣୁଥିଲା, ଘଟଣାର କିଛି ଅପରାଧିକ ଦିଗ ଅଛି ନା ନାହିଁ ତାର ଯାଞ୍ଚ ଚାଲିଛି। ଭୁବନେଶ୍ୱରର ଉଦୟ ବିଶ୍ୱାଳ ଏହି କଏନ୍ ଆଣୁଥିବା ବେଳେ...
ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ ନିମ୍ନଗାମୀ ହେବାରେ ଲାଗିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ନେଇ ଆନୁଆଲ୍ ଷ୍ଟାଟସ ଅଫ୍ ଏଜୁକେସନ ବା ଆସ୍ର ରିପୋର୍ଟରେ ଏଭଳି କିଛି ତଥ୍ୟ ପଦାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ପିଲାମାନଙ୍କ ଜ୍ଞାନର ସ୍ତର ଏତେ କମ୍ ଯେ...
ଭୁବନେଶ୍ୱର: କୋଟି କୋଟି ଟଙ୍କା ପଡ଼ିରହିଛି, ହେଲେ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ଖଣି-ଖାଦାନ ଜିଲ୍ଲାର ବିକାଶ ପାଇଁ ଉଦ୍ଦିଷ୍ଟ ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ ବା ଡିଏମ୍ଏଫ୍ରେ କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚରେ ସ୍ଥାଣୁତା ନେଇ ବଲାଙ୍ଗିରରେ ରାଜ୍ୟ ସରକାରଙ୍କୁ...
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ପୁଲିସ୍ ଡିଜି ନିଯୁକ୍ତି ନେଇ ଥିବା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ପଞ୍ଜାବ, ହରିୟାଣା, କେରଳ, ପଶ୍ଚିମବଙ୍ଗ ଓ ବିହାର ପକ୍ଷରୁ ଏହି ଆବେଦନ କରାଯାଇଥିଲା। ପୁଲିସ୍ ବିଭାଗ ରାଜ୍ୟମାନଙ୍କ ,ସ୍ୱତନ୍ତ୍ର କ୍ଷମତା ପରିସରରେ ଆସୁଥିବାରୁ ଡିଜିପି ନିଯୁକ୍ତ କରିବା ଲାଗି...