• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ନ
ଓଡ଼ିଶା ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଓ ଇଂଜିନିୟର୍ସ ସଂଘର ବିକ୍ଷୋଭ

ଭୁବନେଶ୍ୱର: ‘ଆମ ଭାଗ୍ୟକୁ ଅନ୍ଧାର ଭିତରକୁ ଠେଲିଦେଲେ, ଆମେ ବି ସମଗ୍ର ରାଜ୍ୟକୁ ଅନ୍ଧାର କରି ଦେବୁ।’ ଲୋୟର୍‌ ପିଏମ୍‌ଜିରେ ଆନ୍ଦୋଳନ ସମୟରେ ବିଦ୍ୟୁତ୍‌ ଶ୍ରମିକମାନେ ସରକାରଙ୍କୁ କିଛି ଏହିଭଳି ଚେତାବନୀ ଦେଇଛନ୍ତି। ଶ୍ରମିକମାନେ କେବଳ ଯେ ଧାରଣା ଦେଇଥିଲେ ତାହା ନୁହେଁ, ପୁଲିସ୍ ସହିତ ଧସ୍ତାଧସ୍ତି ହେବାର...

gajnei
ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଧରିଲା ପୁଲିସ୍। ୧୦୮ ମେଡିସିନ୍ ଲେଖାଥିବା ଦୁଇଟି କାର୍ଟୁନ୍‌ରେ ୩୦ କେଜିରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କମିଶନରେଟ ପୁଲିସର କ୍ୱିକ୍ ଆକ୍‌ସନ୍ ଟିମ୍‌ ଏହାକୁ ଜବତ କରିଛି। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ...

pm
ପିଏମ୍‌ କିଷାନ ଓ କାଳିଆକୁ ନେଇ ବଢ଼ୁଛି କେନ୍ଦ୍ର, ରାଜ୍ୟ କଳି

ଭୁବନେଶ୍ୱର(ପ୍ରଭାତ ବିଶୋଇ ହରିହର ଚାନ୍ଦ): କେନ୍ଦ୍ରର ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ କରିବାରେ ଜାଣିଶୁଣି ଅବହେଳା କରୁଛନ୍ତି କି ରାଜ୍ୟ ସରକାର? କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ମନ୍ତବ୍ୟ ପରେ ଏଭଳି ଚର୍ଚ୍ଚା ଲାଗି ରହିଛି। ରାଧାମୋହନ କହିଛନ୍ତି, ରାଜ୍ୟରେ ୩୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ...

avi
 ଆସନ୍ତାକାଲି ମୁକ୍ତ ହେବେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନ ହେପାଜତରେ ଥିବା ଭାରତୀୟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାର୍ଲାମେଣ୍ଟରେ ଘୋଷଣା କରିଛନ୍ତି। ଶାନ୍ତିର ବାର୍ତ୍ତା ଦେବାକୁ ଯାଇ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଇମ୍ରାନ କହିଛନ୍ତି। ଏଥିସହିତ ଅଭିନନ୍ଦନଙ୍କ ଗିରଫଦାରୀ ସଂକ୍ରାନ୍ତ ୟୁଟ୍ୟୁବରେ ପ୍ରସାରିତ...

desii
ଓଡ଼ିଶାର ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି। ଏପରି କ୍ଷେତ୍ରରେ ଦେଶର ବିମାନ ବନ୍ଦରଠାରୁ ଆରମ୍ଭ କରି ମେଟ୍ରୋ ଷ୍ଟେସନ୍‌ଗୁଡ଼ିକରେ ଆଲର୍ଟ ଜାରି କରାଯାଉଛି। ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ...

metri
ମୁମ୍ବାଇର ୧୨ଟି ମେଟ୍ରୋ ଷ୍ଟେସନରେ ରେଡ୍ ଆଲର୍ଟ

ମୁମ୍ବାଇ: ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇର ୧୨ଟି  ମେଟ୍ରୋ ଷ୍ଟେସନରେ ରେଡ୍ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ମେଟ୍ରୋରେ ଗତକାଲି ଏଭଳି ଆଲର୍ଟ ଜାରି ହେବା ପରେ ଆଜି ମୁମ୍ବାଇ ମେଟ୍ରୋ ଓ୍ୱାନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାମୂଳକ...

oak
ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ

ଶ୍ରୀନଗର: ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ପୁଞ୍ଝ ଜିଲ୍ଲାର କ୍ରିଷ୍ଣା ଘାଟି ସେକ୍ଟର୍‌ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ପାକିସ୍ତାନ ସେନା ପକ୍ଷରୁ ଏଲ୍‌ଓସିରେ ପ୍ରବଳ ଗୁଳିମାଡ଼ କରାଯିବା ସହିତ ମୋର୍ଟାର ମାଡ଼ ହୋଇଥିବା ସୂଚନା ମିଳିଛି। ଆଜି ସକାଳୁ ୬ଟାରୁ ଗୁଳିମାଡ଼ ଆରମ୍ଭ କରିଥିଲା...

save
ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ: ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଗୁଡ଼ୁଥିବା ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ, ଉଭୟ ଦେଶରୁ ଭଲ ଖବର ଆସୁଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭିଏତନାମ୍ ଗସ୍ତରେ ଥିବା ଟ୍ରମ୍ପ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା...

air
ଏରୋ ଇଣ୍ଡିଆ-୨୦୧୯ ଉଦ୍‌ଯାପିତ

ବେଙ୍ଗାଲୁରୁ: ଉଦ୍‌ଯାପିତ ହୋଇଛି ଏରୋ ଇଣ୍ଡିଆ-୨୦୧୯। ଶେଷ ଦିନ ‘ଶୋ’ରେ ଆଜି ବିଭିନ୍ନ ଘରୋଇ ବିମାନ ନିଜ ଚିତାକର୍ଷକ ‘ଶୋ’ ପରିବେଷଣ କରିଛନ୍ତି। ଗତ ୫ ଦିନ ଧରି ବିଶ୍ୱର ନାମୀଦାମୀ କମ୍ପାନୀର ଯୁଦ୍ଧ ବିମାନ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଦୃଷ୍ଟିରୁ...

aRUNB
କେନ୍ଦ୍ର ସରକାରଙ୍କ ଆଉ ଏକ ଭେଟି : ଘର କିଣିବା ଉପରେ ଜିଏସ୍‌ଟି ହ୍ରାସ 

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଆଉ ଏକ ଭେଟି। ଘର ବିକ୍ରି ଉପରେ ଜିଏସ୍‌ଟି ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର। ଖାସ୍ କରି ମଧ୍ୟମ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ଉଦ୍ଦିଷ୍ଟ  ଶସ୍ତା ଘର ବା ଆଫୋଡେବଲ୍‌ ହାଉସ ଉପରେ ଜିଏସ୍‌ଟିକୁ ୧ ପ୍ରତିଶତକୁ ଖସାଇ...

ଅପହରଣ ପରେ ଦୁଇ ଯାଆଁଳା ଭାଇଙ୍କୁ ନିର୍ମମ ହତ୍ୟା : ୬ ଗିରଫ

ଭୋପାଲ: ଅପହରଣ ପରେ ଦୁଇ ଯାଆଁଳା ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା ଘଟଣା ପୂରା ମଧ୍ୟପ୍ରଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି।। ମଧ୍ୟପ୍ରଦେଶ ଚିତ୍ରକୂଟ୍‌ର ବ୍ୟବସାୟୀ ବ୍ରିଜେଶ ରାୱାତଙ୍କ ଦୁଇ ପୁଅଙ୍କ ମୃତଦେହ ଉତ୍ତର ପ୍ରଦେଶର ବନ୍ଦାରୁରୁ ଉଦ୍ଧାର କରାଯାଇଛି। ପାହାଡ଼ ତଳୁ ଯମୁନା ନଦୀ କୂଳରୁ ଶବ...

Untitled-1
ଆସାମ ମଦ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି

ଦିସପୁର: ଆସାମରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ଧୀରେ ଧୀରେ ସଙ୍ଗୀନ ହେଉଛି। ବିଷାକ୍ତ ମଦ ପିଇ ରାଜ୍ୟରେ ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ତିନି ଶହରୁ ଅଧିକ ଲୋକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କୁ ଗୌହାଟି ସମେତ ରାଜ୍ୟର ଅନ୍ୟ ଡାକ୍ତରଖାନରେ ଚିକିତ୍ସା କରାଯାଉଛି।...

fala
ବାତ୍ୟା ଓ ବନ୍ୟା ପରେ ରୋଗପୋକ ଦାଉ: ଉଜୁଡ଼ିବାକୁ ବସିଛି ମୁଗ ଓ ବିରି ଫସଲ

ଗଞ୍ଜାମ: ପ୍ରଥମେ ବାତ୍ୟା ଓ ବନ୍ୟାରେ ଧାନ ଫସଲ  ନଷ୍ଟ ହେବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଲାଗି ଦାଉ ସାଜିଛି ଜଉ ପୋକ। କିଛି ଦିନ ଧରି ଲାଗି ରହିଥିବା କୁହୁଡ଼ିର ପ୍ରଭାବରେ ଏହି କୃଷି ଜିଲ୍ଲାର ମୁଗ ଓ ବିରି ଫସଲ ବିଶେଷ ଭାବେ...

ap
ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ପୋଡ଼ିଦେଲେ ବିକ୍ଷୋଭକାରୀ

ଇଟାନଗର: ଅରୁଣାଚଳ ପ୍ରଦେଶ ରାଜ୍ୟ ସରକାରଙ୍କ ବିରୋଧରେ ଜାରି ରହିଥିବା ଆନ୍ଦୋଳନ କ୍ରମେ ଆହୁରି ତୀବ୍ର ହେବାରେ ଲାଗିଛି। ଆଜି ଜନାକ୍ରୋଶ ଏତେ ତୀବ୍ର ହୋଇଥିଲା ଯେ, ଉପମୁଖ୍ୟମନ୍ତ୍ରୀ ଚୌନା ମେଁଙ୍କ ବଙ୍ଗଳାରେ ଆନ୍ଦୋଳନକାରୀ ନିଆଁ ଲଗାଇଦେଇଛନ୍ତି। ଏହାପରେ ଚୌନାଙ୍କୁ ରାଜଧାନୀ ଇଟାନଗରରୁ ନାମସାଇ ଜିଲ୍ଲାକୁ ସ୍ଥାନାନ୍ତର କରିଦିଆଯାଇଛି।...

hig
ବିମାନ ଅପହରଣ ଧମକ ପରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ମୁମ୍ବାଇ କଣ୍ଟ୍ରୋଲ୍‌ ସେଣ୍ଟର୍‌କୁ ବିମାନ ହାଇଜ୍ୟାକ୍‌ ନେଇ ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍ ଆସିବା ପରେ ଦେଶର ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି ହୋଇଛି। ବିମାନ ବନ୍ଦରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବ୍ୟୁରୋ ଅଫ୍ ସିଭିଲ୍‌ ଏଭିଏସନ୍‌ ଦେଶର...

bjd1
ବିଜେଡିକୁ ଟିକେଟ୍ ଟେନ୍‌ସନ୍

ଭୁବନେଶ୍ୱର: ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଅସନ୍ତୋଷ ବଢୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ଚୟନ ନେଇ ସେତିକି ବିବାଦ ସାମ୍ନାକୁ ଆସୁଛି। ବ୍ରଜରାଜନଗରର ବିଜେଡି ନେତା ଅନୁପ ସାଏଙ୍କ ବିରୋଧରେ ସ୍ଥାନୀୟ ନେତା ଓ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଅନୁପ ଏକଲା ଚଲୋ ନୀତିରେ ଚାଲିଛନ୍ତି। ପୁରୁଣା...

cloud
ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର: ଟ୍ରପ୍ ଲାଇନ୍‌ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ୨୫ ତାରିଖରେ ଅଧିକ ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା...