• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

anant
ମହାତ୍ମା ଗାନ୍ଧିଙ୍କୁ ଅପମାନିତ କରିଥିବା ହେଗ୍‌ଡେଙ୍କୁ କ୍ଷମା ମାଗିବାକୁ କହିଲା ବିଜେପି

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମ ଉପରେ ଅପମାନମୂଳକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବା ବିଜେପି ସାଂସଦ ଅନନ୍ତକୁମାର ହେଗ୍‌ଡେଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ କହିଲା ବିଜେପି। ଅନନ୍ତକୁମାର ହେଗ୍‌ଡ଼େ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମକୁ ଏକ ‘ଷ୍ଟେଜ୍ ଶୋ’ ବୋଲି କହି...

sir
ଇସ୍ରୋର 'ୟଙ୍ଗ୍ ସାଇଣ୍ଟିଷ୍ଟ୍ ପ୍ରୋଗ୍ରାମ-୨୦୨୦' ପାଇଁ ଆଜିଠୁ ଚୟନ ପ୍ରକ୍ରିୟା ଆରମ୍ଭ

ବେଙ୍ଗାଲୁରୁ: ବିଜ୍ଞାନରେ ରୁଚି ରଖୁଥିବା ସ୍କୁଲ୍ ପିଲାମାନଙ୍କ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ) ସୋମବାର “ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ ୨୦୨୦(YUVIKA)” ଲଞ୍ଚ୍ କରିଛି। ସ୍କୁଲ୍ ପିଲାମାନଙ୍କ ମଧ୍ୟରେ ମହାକାଶ ଗବେଷଣା ବିଷୟରେ ରୁଚି ବଢ଼ାଇବା ପାଇଁ ପ୍ରଥମକରି ୨୦୧୯ରେ ଇସ୍ରୋ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।...

kerala
ଭାରତରେ ତୃତୀୟ କରୋନା ରୋଗୀ ଚିହ୍ନଟ

ଥିରୁଭବନ୍ତପରୁଣ: ଭାରତରେ କରୋନା ଭାଇରସ୍‌ର ତୃତୀୟ ରୋଗୀ ମଧ୍ୟ କେରଳରେ ଚିହ୍ନଟ ହୋଇଛି। ଖୋଦ୍‌ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳାଜା ଏହି ସୂଚନା ଦେଇଛନ୍ତି। କସରଗୋଡ଼ାରେ ଜଣେ ବ୍ୟକ୍ତିଙ୍କୁ ପରୀକ୍ଷା କରାଯିବା ପରେ ସେ କରୋନା ଭାଇରସ୍‌ରେ ସଂକ୍ରମିତ ଥିବା ଜଣାପଡ଼ିଛି ବୋଲି ଶୈଳାଜା ସୂଚନା ଦେଇଛନ୍ତି। ପୂର୍ବରୁ...

kumari-nayak
ଗିନିଜ୍‌ ବୁକ୍‌ ରେକର୍ଡ କଲେ ହାତ ଓ ପାଦରେ ୩୧ ଆଙ୍ଗୁଳି ଥିବା ଓଡ଼ିଆ ମହିଳା

ଭୁବନେଶ୍ୱର: ହାତ ଓ ପାଦରେ ସର୍ବାଧିକ ଆଙ୍ଗୁଳି ଥିବାରୁ ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଆ ମହିଳା କୁମାରୀ ନାୟକ। ତାଙ୍କ ଦୁଇ ହାତରେ ୧୨ ଆଙ୍ଗୁଳି ଏବଂ ଦୁଇ ପାଦରେ ୧୯ ଆଙ୍ଗୁଳି ରହିଛି। କୁମାରୀଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍, କଳମ୍ବ ଗ୍ରାମ...

sab
ପ୍ରତିରକ୍ଷା କ୍ଷେତ୍ରକୁ ୩.୩୭ ଲକ୍ଷ କୋଟି

ନୂଆଦିଲ୍ଲୀ: ଚଳିତ ଥର ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୩.୩୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ 6% ବୃଦ୍ଧି କରାଯାଇ ୩.୧୮ରୁ ୩.୩୭ ଲକ୍ଷ କୋଟି କରାଯାଇଛି। ତେବେ ଡିଫେନ୍ସ ପେନ୍‌ସନ୍‌କୁ ଲଗାଇଲେ ଟୋଟାଲ୍‌ ସୁରକ୍ଷା ବଜେଟ୍‌ ୪.୭ ଲକ୍ଷ ହୋଇଛି। ସେନାର ଆଧୁନିକିକରଣ ଏବଂ...

saheen-bagg
ଶାହୀନବାଗରେ ଗୁଳିମାଡ଼: ସିଏଏ ବିକ୍ଷୋଭକାରୀଙ୍କୁ ଏମିତି ଧମକ ଦେଲା ଯୁବକ

ନୂଆଦିଲ୍ଲୀ: ଜାମିଆ ପରେ ଆଜି ଶାହୀନବାଗର ସିଏଏ ବିରୋଧୀ ବିକ୍ଷୋଭ ସ୍ଥଳରେ ଜଣେ ଯୁବକ ଗୁଳି ଚଳାଇଛି। ଏହି ଘଟଣା ପରେ ପୁଲିସ ଉକ୍ତ ଯୁବକକୁ କାବୁ କରିନେଇଛି। ଶାହୀନ ବାଗର ଜସୋଲା ରେଡ୍ ଲାଇଟ୍‌ ନିକଟରେ ୪ଟା ୫୩ ମିନିଟ୍‌ରେ ଏହି ଗୁଳିମାଡ଼ ହୋଇଥିଲା। ଏଥିରେ କାହାର...

haliram
ହଳଦୀରାମ ବିଲ୍‌ଡିଂରୁ ଆମୋନିଆ ଗ୍ୟାସ୍ ଲିକ୍‌; ୧ ମୃତ ୩୦୦ ଶ୍ରମିକ ଉଦ୍ଧାର

ନୂଆଦିଲ୍ଲୀ: ନୋଏଡ଼ା ସେକ୍ଟର୍‌ ୬୫ରେ ଥିବା ହଳଦୀରାମ ବିଲ୍‌ଡିଂରେ ଆମୋନିଆ ଗ୍ୟାସ୍‌ ଲିକ୍ ହେବାରୁ ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଦିନ ୧୨ଟା ପାଖାପାଖି ସମୟରେ ହଳଦୀରାମ ବିଲ୍ଡିଂରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏହାପରେ ଖବର...

bdudg
ବଜେଟ୍‌ର ସରଳ ହିସାବ

ନୂଆଦିଲ୍ଲୀ: ମୋଦି ସରକାରର ଦ୍ୱିତୀୟ ପାଳିରେ ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଟ ୩୦,୪୨,୨୩୦ କୋଟି ଟଙ୍କାର ବ୍ୟୟ ହୋଇଛି। ହେଲେ ଏତେ ପରିମାଣର ବଜେଟକୁ ଆମେ ଯଦି ଟଙ୍କାଟିଏରେ ହିସାବ କରିବା, ତା’ହେଲେ କେମିତି ରହିବ ହିସାବ ଆସନ୍ତୁ ଜାଣିବା। ଟଙ୍କାଟିଏ...

dd
ବଜେଟ୍ ୨୦୨୦: କଣ ଶସ୍ତା ହେବ, କଣ ହେବ ମହଙ୍ଗା ?

ନୂଆଦିଲ୍ଲୀ: ସଂସଦରେ ୟୁନିୟନ୍‌ ବଜେଟ୍‌୨୦୨୦ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବଜେଟ୍‌ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ତେବେ ଚଳିତ ଥର ବଜେଟ୍‌ରେ ବ୍ୟକ୍ତିଗତ କରଦାତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କାରଣ ସରକାର ଆୟକରକୁ କମାଇ ଦେଇଛନ୍ତି। ଅନ୍ୟପଟେ ତମାଖୁ...

nir,ala
ବଜେଟ୍‌ ସମ୍ପୂର୍ଣ୍ଣ ପଢ଼ିପାରିଲେ ନାହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ବଜେଟ୍‌କୁ ସମ୍ପୂର୍ଣ୍ଣ ପଢ଼ିପାରିଲେ ନାହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ଦୁଇଘଣ୍ଟାରୁ ଉର୍ଦ୍ଧ୍ୱ କାଳ ବଜେଟ୍‌ ଉପସ୍ଥାପନ କରି ଏତେ ଥକି ଯାଇଥିଲେ ଯେ ବଜେଟ୍‌ର ଶେଷ ଦୁଇ ପେଜ୍‌ ପଢ଼ିପାରିଲେ ନାହିଁ ଅର୍ଥମନ୍ତ୍ରୀ। ଶେଷ ଦୁଇ ପେଜ୍‌ ପଢ଼ିବା ବେଳେ ଅର୍ଥମନ୍ତ୍ରୀ ତରତର ହେଉଥିବାର ଦେଖାଯାଇଥିଲା।...

veautyfull
ପଛୁଆ ବର୍ଗଙ୍କ ବିକାଶ ପାଇଁ ୧,୩୮,୭୦୦ କୋଟି

ନୂଆଦିଲ୍ଲୀ: ଚଳିତଥର ପଛୁଆ ବର୍ଗ ଏସି, ଏସ୍‌ଟି ଓବିସିଙ୍କ ଉନ୍ନତୀ ପାଇଁ ବଜେଟ୍‌ରେ ୧ ଲକ୍ଷ ୩୮ ହଜାର ୭୦୦ କୋଟି ବ୍ୟୟବରାଦ ହୋଇଛି। ସଂସଦରେ ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଏସ୍‌ସି, ଓବିସିଙ୍କ ଉନ୍ନତି ପାଇଁ ସରକାର ୮୫ ହଜାର କୋଟି ବ୍ୟୟବରାଦ କରିଛନ୍ତି। କେବଳ...

kk
ବଜେଟ୍ ୨୦୨୦: ଆୟକର ଅଧା କମାଇଲେ ସରକାର

ନୂଆଦିଲ୍ଲୀ: ବଜେଟ୍‌ ୨୦୨୦ରେ ଆୟକର କୋହଳ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ସୀତାରମଣ କହିଛନ୍ତି, ଆମେ ନୂଆ ବ୍ୟକ୍ତିଗତ ଆୟକର ବ୍ୟବସ୍ଥା ଆଣିବାକୁ ଚାହୁଁଛୁ। ଯେଉଁଥିରେ ଆୟକର କମାଇ ଦିଆଯିବ। ତେଣୁ ବର୍ତ୍ତମାନ ଯେଉଁ ବ୍ୟକ୍ତି ବାର୍ଷିକ ୫-୭.୫ ଲକ୍ଷ ଟଙ୍କା ଆୟ...

KRUSHI
କୃଷି ପାଇଁ ଚାଲିବ ରେଳ, ଉଡ଼ିବ ବିମାନ

  ନୂଆଦିଲ୍ଲୀ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବା ମୋଦି ସରକାର ୨୦୨୦-୨୧ ପୂର୍ଣ୍ଣାଙ୍ଗ ବଜେଟରେ ଏକାଧିକ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, କୃଷିର ଉନ୍ନତି ପାଇଁ ମୋଦି ସରକାର ୧୬ ସୂତ୍ରୀ ବିଶିଷ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ବଜେଟରେ କୃଷି,...

jjfk
ବଜେଟ୍‌ ୨୦୨୦; ଶିକ୍ଷା ପାଇଁ ୯୯.୩୦୦ କୋଟି

ନୂଆଦିଲ୍ଲୀ: ମୋଦି-୨ ସରକାର ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମୋଦନ ଦେଇଛନ୍ତି। ଏଥିସହ ୨୦୨୦-୨୧ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯, ୩୦୦ କୋଟିର ବ୍ୟୟ ବରାଦ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ସୁଯୋଗ ମିଳିବ। ଏଥିସହ ବିଜ୍ଞାନ...

data
ଚକୋଲେଟ୍‌ଠାରୁ ବି ଶସ୍ତା ଡାଟା: ୧ ଟଙ୍କାରେ ୧ ଜିବି

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡ଼ା): ଚକୋଲେଟଠାରୁ ଶସ୍ତାରେ ମିଳିବ ଡାଟା।  ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମାତ୍ର ୧ ଟଙ୍କାରେ ଆପଣଙ୍କୁ ମିଳିବ ୧ ଜିବି ଡାଟା। ଜିଓକୁ କଡା ଟକ୍କର ଦେବାକୁ ଆଗକୁ ଆସିଲା ଏକ ନୂଆ କମ୍ପାନୀ। ମାର୍କେଟକୁ ଜିଓ ଆସିବା ପରଠାରୁ ଶସ୍ତାରେ...

nirmala-sitharaman
ଅର୍ଥନୀତିକ ସର୍ଭେ ୨୦୨୦: ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ରୁ ୬.୫% ରହିବ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ଅର୍ଥନୀତିକ ସର୍ଭେ୨୦୧୯-୨୦ ଉପସ୍ଥାପନ କରିଛନ୍ତି। ଏଥିରେ ଆକଳନ କରାଯାଇଛି ୨୦୨୦-୨୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ରୁ ୬.୫% ରହିବ। ବଜେଟ୍‌ ପୂର୍ବରୁ ଆସିଥିବା ଏହି ରିପୋର୍ଟରେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି...

sameer
ସ୍କୁଲ୍‌ ପିଲା ପଢ଼ିବେ ମୌଳିକ ଅଧିକାରର ପାଠ

ଭୁବନେଶ୍ୱର: ସ୍କୁଲ୍‌ ପିଲା ପଢ଼ିବେ ମୌଳିକ ଅଧିକାରର ପାଠ। ନାଗରିକର ମୌଲିକ ଅଧିକାର ବିଷୟରେ ସ୍କୁଲ୍ ସମୟରୁ ପିଲା ଜାଣିବା ଦରକାର ବୋଲି ଅନୁଭବ କରି ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।  ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମୌଳିକ...

welcome-infant
ଦିଲ୍ଲୀରେ କରୋନା ଭାଇରସ ସନ୍ଦେହରେ ୬ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଭୟଙ୍କର କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ ଆଜି ଦିଲ୍ଲୀର ୬ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସମସ୍ତଙ୍କୁ ଆରଏମଏଲ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସେମାନଙ୍କ ଉପରେ ଡାକ୍ତରୀ ଟିମ ନଜର ରଖିଛି। ଏହି ୬ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥାକୁ...

par
ସଂସଦରେ ସିଏଏକୁ ପ୍ରଶଂସା କଲେ ରାଷ୍ଟ୍ରପତି; ବିରୋଧୀଙ୍କ ତୀବ୍ର ବିରୋଧ

ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଉଦବୋଧନରେ ସରକାରଙ୍କୁ ବିବାଦୀୟ ସିଏଏ ପ୍ରସଙ୍ଗରେ ପ୍ରଶଂସା କରିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାର ପ୍ରତିବାଦ କରିଥିଲେ।...

jallhadvv
ଫାଶି ବେଳେ ଯଦି ଜଲ୍ଲାଦ ଅଚେତ ହୁଏ, ତା’ହେଲେ…

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡ଼ା): ଫାଶି ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ। କେବେ ଭାବିଛନ୍ତି ଯଦି ଫାଶି ଦେବା ବେଳେ ଜଲ୍ଲାଦ ଅଚେତ ହୋଇଯାଏ, ତେବେ କ’ଣ ହେବ ? ମନକୁ ଏହି ପ୍ରଶ୍ନ ଆସିବା ସ୍ୱାଭାବିକ। କାରଣ ପୂର୍ବରୁ ଏଭଳି ପରିସ୍ଥିତି...