ସିଡନୀ: ଅଷ୍ଟ୍ରେଲିଆକୁ ୨୦୧୫ରେ ବିଶ୍ୱ ଚାମ୍ପିୟନ୍ କରାଇଥିବା ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କଙ୍କ ବ୍ୟକ୍ତିଗତ ଜୀବନ କିଛି ଠିକ୍ ଚାଲିନାହିଁ । କ୍ଲାର୍କଙ୍କର ନିଜ ପତ୍ନୀ କାୟଲିଙ୍କ ସହ ଛାଡ଼ପତ୍ର ହୋଇଛି। ଖୋଦ୍ କ୍ଲାର୍କ ଏହି ସୂଚନା ଦେଇଛନ୍ତି। କ୍ଲାର୍କ ୭ ବର୍ଷ ପୂର୍ବେ କାୟଲିଙ୍କୁ ବିବାହ କରିଥିଲେ...
ନୂଆଦିଲ୍ଲୀ: ଭେଣ୍ଟିଲେଟର ରହି ଜୀବନ ଯୁଦ୍ଧରେ ସଂଗ୍ରାମ କରିବା ପରେ ଶେଷରେ ଆଖିବୁଜିଛନ୍ତି ବିଶିଷ୍ଟ ପରିବେଶବିତ ତଥା ପୂର୍ବତନ ଟିଇଆରଆଇର ମୁଖ୍ୟ ଆରକେ ପାଚୌରୀ। ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହାର୍ଟ ଆଟାକର ଶିକାର ହୋଇ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ...
ନୂଆଦିଲ୍ଲୀ: ଦିଲ୍ଲୀ ହାରିବା ପରେ କମିଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ରୁଆପ। ଦିଲ୍ଲୀ ପରାଜୟର ଦିନକ ପରେ ବିଜେପି ଚାଣକ୍ୟ ଅମିତ୍ ଶାହ ବଡ଼ ବୟାନ ଦେଇଛନ୍ତି। ଦଳୀୟ ନେତାଙ୍କୁ ଗୋଲି ମାରୋ ଓ ଭାରତ–ପାକ୍ ମ୍ୟାଚ୍ ମନ୍ତବ୍ୟ ଦେବାର ନଥିଲା ବୋଲି ଶାହ କହିଛନ୍ତି। ନିର୍ବାଚନ...
ନୂଆଦିଲ୍ଲୀ: ଅରବିନ୍ଦ କେଜରିଓ୍ୱାଲ୍ଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବେ ଜୁନିଅର କେଜରିଓ୍ୱାଲ। ଦିଲ୍ଲୀ ନିର୍ବାଚନରେ ଆପ୍ର ବିଜୟ ପରେ ସଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ବେବି ମଫଲର୍ମ୍ୟାନ୍ ଶପଥ ଗ୍ରହଣ ସମାରୋହକୁ ଆପ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏନେଇ ଦଳ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି। ଦିଲ୍ଲୀ...
ନୂଆଦିଲ୍ଲୀ: କଥା ରଖିଲେ ବନ୍ଧୁ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୀରଭଦ୍ର ସିଂ। ନିଜ ପରିବାର ସହ ସେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ସହ ପୁରୁଣା ଦିନର ସ୍ମୃତି ସାଉଁଟିଛନ୍ତି ବୀରଭଦ୍ର। ପୁରୁଣା ଦିନର ବନ୍ଧୁଙ୍କୁ ପାଖରେ ପାଇ...
ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭା ବଜେଟ୍ ଅଧିବେଶନ। ତା ପୂର୍ବରୁ ଆଜି ରଣନୀତି ପ୍ରସ୍ତୁତ କରିଛନ୍ତି ତିନି ରାଜନୈତିକ ଦଳ। ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହୋଇଛି ବିସ୍ତୃତ ରଣନୀତି। ଆଇନଶୃଙ୍ଖଳା, ବିଜୁଳି ଭିତ୍ତିଭୂମି ଓ ଗଞ୍ଜାମ ବସ୍ ଟ୍ରାଜେଡି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାଦୁର୍ନୀତି,...
ନୂଆଦିଲ୍ଲୀ: ଦେଶବ୍ୟାପୀ ପୁଣି ତେଜିଲା ମହଙ୍ଗା ବିରୋଧୀ ପ୍ରତିବାଦ। ଗଲା କିଛି ଦିନ ଧରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଚଢ଼ା ଦରକୁ ନେଇ ସାଧାରଣ ଖାଉଟି ଅତିଷ୍ଠ ହୋଇଥିବା ବେଳେ ଗତକାଲି ଗ୍ୟାସ୍ ଦରରେ ପ୍ରାୟ ଦେଢ଼ଶହ ଟଙ୍କା ବୃଦ୍ଧିକୁ ନେଇ ପୁଣି ଅଣନିଶ୍ୱାସୀ ହୋଇଛନ୍ତି ଜନତା। ଅଣସବ୍ସିଡି...
ଭୁବନେଶ୍ୱର: ଓଡ଼ିଶାରେ ଏବେବି ଚାଲିଛି କ୍ୟୁନେଟ୍ ଠକେଇ। ସାରା ଦେଶରୁ ୫ ହଜାର କୋଟି ଟଙ୍କା ଠକିଥିବା ଏଇ ନେଟ୍ଓ୍ୱାର୍କ ମାର୍କେଟିଂ ସଂସ୍ଥା ନାନା ଫନ୍ଦିଫିକର କରି ଏବେ ବି ରାଜ୍ୟର ନିବେଶକଙ୍କୁ ଫସାଇ ଲୁଟି ଚାଲିଛି। ପୂର୍ବରୁ ଓଟିଭିରେ ଏନେଇ ଅନୁସନ୍ଧାନମୂଳକ ଖବର ପ୍ରସାରଣ ପରେ ଇଓଡବ୍ଲୁ...
ନୂଆଦିଲ୍ଲୀ: ଚୀନ୍ରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୩ଶହ, ସଂକ୍ରମିତ ହୋଇଛନ୍ତି ୬୦ ହଜାରରୁ ଅଧିକ। ତେବେ କମ୍ୟୁନିଷ୍ଟ ଚୀନ୍ ଆଦୌ ସଠିକ୍ ତଥ୍ୟ ଦେଉନଥିବା ସନ୍ଦେହ ଘନୀଭୂତ ହୋଇଛି। ଡାକ୍ତର, ଔଷଧ ଓ ରୋଗ ନିରୂପଣ କିଟ୍ର ଅଭାବ...
ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ହେଲେ ବ୍ରିଟେନ୍ର ଅର୍ଥମନ୍ତ୍ରୀ। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଆଜି ରିଶି ସୁନକଙ୍କୁ ତାଙ୍କ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ବୋରିଶଙ୍କ କ୍ୟାବିନେଟ୍ ଅଦଳବଦଳରେ ରିଶିଙ୍କୁ ଅର୍ଥଦାୟିତ୍ୱ ମିଳିବା ପରେ ଏହି ଦାୟୀତ୍ୱରେ ଥିବାସାଜିଦ୍ ଯାଭେଦ୍ ଏହି ପଦରୁ ଇସ୍ଥଫା ଦେଇଛନ୍ତି। ବିଶ୍ୱର ଶକ୍ତି...
ଭୁବନେଶ୍ୱର: ଛତିଶଗଡ଼ର ଡବଲ ମର୍ଡର ଘଟଣାରେ ଅଭିଯୁକ୍ତ ଥିବା ଅନୁପ ସାଏଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପଣ୍ୟଗାର ନିଗମ ପଦରୁ ଅନୁପଙ୍କୁ ବିଦା ହେଲେ ଅନୁପ। ଅନୁପ ଏବେ ଛତିଶଗଡ଼ ଚକ୍ରଧରନଗର ଥାନା ପୁଲିସର ହେପାଜତରେ ଅଛନ୍ତି। ଗତକାଲି ରାତିରେ ପୁଲିସ୍ ତାଙ୍କୁ ଘରୁ...
ନୂଆଦିଲ୍ଲୀ: ନିର୍ଭୟା ପାଇଁ ନ୍ୟାୟ ଭିକ୍ଷା କରୁଥିବା ତାଙ୍କ ପରିବାର ଓ ସମଗ୍ର ଦେଶକୁ କେବଳ ଅଦାଲତଦରୁ ତାରିଖ ପରେ ତାରିଖ ମିଳି ଚାଲିଛି। କେନ୍ଦ୍ର ଓ ଦିଲ୍ଲୀ ସରକାର ଫାଶୀ ତାରିଖ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହେଁ ଏହା ଆସନ୍ତାକାଲିକୁ ଘୁଞ୍ଚି ଯାଇଛି। ସେହିପରି...
ନବରଙ୍ଗପୁର: ଖାଦ୍ୟରେ ବିଷକ୍ରିୟା(ଫୁଡ୍ ପୋଏଜନିଂ) ଯୋଗୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ମା ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗାଁରେ। ବାପା ମାଆଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଦିନ ଦଣ୍ଡାମୁଣ୍ଡା ଗାଁର...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କେନ୍ଦୁପତ୍ର କର୍ମଚାରୀଙ୍କ ଗଣଧାରଣା। ଅରଣ୍ୟ ଭବନ ସାମନାରେ ପ୍ରତିବାଦ କରିଛନ୍ତି କର୍ମଚାରୀ। ରାଜ୍ୟରେ କେନ୍ଦୁପତ୍ର ନିଗମରେ କାର୍ଯ୍ୟରତ ୧୮ ହଜାର କର୍ମଚାରୀଙ୍କୁ ସ୍ଥାୟୀ ଓ୍ୱାର୍କଚାର୍ଜ ମାନ୍ୟତା, ୨୦୧୯ ପୂର୍ବରୁ ନିର୍ଦ୍ଧାରିତ ହାରରେ ପାଉଣା, ଇପିଏଫ୍ ଓ ଇଏସ୍ଆଇ ସୁବିଧା, ଫଡ଼ି ବନ୍ଦ ନିଷ୍ପତ୍ତିର ପୁନର୍ବିଚାର,...
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପ୍ରଶ୍ନପତ୍ର ଭାଇରାଲ ପରେ ବଦଳାଯାଇଛି ପ୍ରଶ୍ନ ପତ୍ର। ନୂଆ ପ୍ରଶ୍ନପତ୍ର ସହ ଠିକ୍ ସମୟରେ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ। ଆଜି ଯୁକ୍ତ ୩ ରସାୟନ ବିଜ୍ଞାନ ତୃତୀୟ ସେମିଷ୍ଟର ଏବଂ ଜୁଲୋଜି ଅନର୍ସର ଦ୍ୱିତୀୟ ପେପରର ପରୀକ୍ଷା ହେବାକୁ ଥିଲା।...
ଗଞ୍ଜାମ: ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ। ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ହାତରେ ଆଉ ମାତ୍ର ସପ୍ତାହେ ଥିବାବେଳେ ତାପୂର୍ବରୁ ବିଭ୍ରାଟ ଦେଖାଦେଇଛି। କେଉଁ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡରେ ଅଭିନେତ୍ରୀଙ୍କ ଫଟୋ ଥିବା ଅଭିଯୋଗ ଆସିଲାଣି ତ ଆଉ କେଉଁ ଛାତ୍ରଙ୍କ ଆଡ୍ମିଟ୍ କାର୍ଡରେ ଲାଗିଛି ଅନ୍ୟ...
ଭୁବନେଶ୍ୱର: ରାଜନୀତିରେ ଅପରାଧୀ ନେତାଙ୍କୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଯଦି କୌଣସି ରାଜନୈତିକ ଦଳ ଅପରାଧୀ ନେତାଙ୍କୁ ଟିକଟ ଦିଏ ତେବେ କାହିଁକି ତାଙ୍କୁ ଟିକଟ ଦିଆଗଲା ସେନେଇ କାରଣ ଦର୍ଶାଇବାକୁ ପଡ଼ିବ। ସେହିପରି ଉକ୍ତ ପଲିଟିକାଲ ପାର୍ଟିକୁ ସେହି ବିଧାନସଭା କିମ୍ବା ଲୋକସଭା କ୍ଷେତ୍ରରେ ଜଣେ...
ଭୁବନେଶ୍ୱର: ବିଜେଡିର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ଏବେ ବିଜେଡିର ଅସଲ ମୁଖା ଖୋଲିଛି ବୋଲି ଦଳ ଅଭିଯୋଗ କରିଛି। ଅନୁପ ସାଏଙ୍କ ବିରୋଧରେ ପୂର୍ବରୁ ବିଜେପି ଅଭିଯୋଗ କରିଥିଲା ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏବେ...
ପାଣାଜୀ: ସେଲେବ୍ରେଟି ଫେସନ୍ ଡିଜାଇନର୍ ୱିଣ୍ଡେଲ୍ ରୋଡ୍ରିକ୍ସଙ୍କ ପରଲୋକ। ଆଜି ୫୯ ବର୍ଷ ବୟସରେ ତାଙ୍କ ଗୋଆସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରୋଡ୍ରିକ୍ସ। ତାଙ୍କ ବିୟୋଗରେ ବଲିଉଡ୍ର ବହୁ ନାମି ଦାମି କଳାକାରଙ୍କ ସହିତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି। ଏହି...